ବାଙ୍କୀ ରେ ଉଦଘାଟିତ ହେଲା ଅତ୍ୟାଧୁନିକ – ଏ ଡି ଷ୍ଟୁଡିଓ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆନନ୍ଦ ଉତ୍ସାହ ସହ ଭିନ୍ନ ଏକ ପରିବେଶରେ ଉଦଘାଟିତ ହେଲା ଏ ଡି ଷ୍ଟୁଡିଓ ! ବାଙ୍କୀ ର ଯୁବ ସାମ୍ବାଦିକ ତଥା ଆୱାଜ ମିଡ଼ିଆ ପ୍ରତିନିଧି ଅନନ୍ତ ରଣା ଙ୍କ ଉଦ୍ୟମରେ ଖୋଲା ଯାଇଥିବା ଏହି ନୂତନ ୟୁନିଟ ର ଶୁଭ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ! ବାଙ୍କୀ ଅଞ୍ଚଳର ଖ୍ୟାତନାମା କଳାକାର ତଥା ଭର୍ସାଟାଇଲ ସିଙ୍ଗର ଦେବୀଦତ୍ତ ବିଭୁତିରାୟ ଙ୍କ ମାର୍ଗ ଦର୍ଶନରେ ପରିଚାଳିତ ଏହି ସଂସ୍ଥାର ଉନ୍ନତି କାମନା କରିଛନ୍ତି ଅତିଥି ମାନେ ! ଉଦଘାଟନ ଅବସର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟ କର୍ମକର୍ତା ଏବଂ ବାଙ୍କୀ ଡମପଡା ଡିଜିଟାଲ ମିଡ଼ିଆ ୟୁନିୟନ ର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ! ଅଞ୍ଚଳର ଚାହିଦା ଏବଂ ଆବଶ୍ୟକତା କୁ ଆଖି ଆଗରେ ରଖି ସମସ୍ତ ଯନ୍ତ୍ରପାତି ଏବଂ ଅତ୍ୟାଧୁନିକ ଶୈଳୀରେ ଏଡିଟିଙ୍ଗ ଏବଂ କମ୍ପୋଜ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ପ୍ରପାଇଟର !

Leave a Reply

Your email address will not be published. Required fields are marked *