ବଡମ୍ବା ଅଞ୍ଚଳ ରୁ କୁଖ୍ୟାତ ଅପରାଧୀ କୁ ମାଡ଼ି ବସିଲା ପୋଲିସ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବଡମ୍ବା ଅଞ୍ଚଳ ରୁ କୁଖ୍ୟାତ ଅପରାଧୀ କୁ ମାଡ଼ି ବସିଲା ପୋଲିସ । ବଡମ୍ବା ଥାନା ଅଧିନ ରଗଡ଼ିପଡ଼ା ମୁଖ୍ୟ ରାସ୍ତା ଉପରୁ କୁଖ୍ୟାତ ଅପରାଧୀ କୁ ମାଡି ବସିଲା ବଡମ୍ବା ପୋଲିସ । ସୂଚନା ମୁତାବକ କୌଣସି ଏକ ସୂତ୍ର ରୁ ଖବର ପାଇ ବଡମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଓ ତାଙ୍କ ସହଯୋଗୀ କଟକ -ନରସିଂହପୁର ମୁଖ୍ୟରାସ୍ତା ୬୫ ନମ୍ବର ଜାତୀୟ ରାଜପଥ ରଗଡିପଡା ନୂଆତଇଲା ଛକ ନିକଟରେ ରାତ୍ର ସମୟରେ ଜଗି ରହିଥିଲେ । ଏହି ସମୟରେ କୁଖ୍ୟାତ ଅପରାଧୀ ଭାବଗ୍ରାହୀ ପଣ୍ଡା ତିଗିରିଆ ଥାନା ଅଞ୍ଚଳ ରେ କୌଣସି ଏକ ସ୍ଥାନରେ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ବଡ଼ମ୍ବା ଅଭିମୁଖେ ଆସୁଥିବା ବେଳେ ନୂଆତଇଲା ଛକ ନିକଟରେ ପୋଲିସ କୁ ଦେଖି ଗାଡି ବୁଲାଇ ପୋଲିସ କୁ ଚଖମା ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା ! ବଡମ୍ବା ପୋଲିସ ଆସାମୀ କୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ଆସାମୀ ଭାବଗ୍ରାହୀ ପଣ୍ଡା ପୋଲିସ କୁ ଏକ ଦେଶୀ ବନ୍ଧୁକ ଦେଖାଇ ଭୟଭିତ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲା । ଏହାକୁ ଭୁକ୍ଷେପ ନକରି ଚତୁରତା ର ସହ ଆସାମୀ କୁ କାବୁ କରି ବଡମ୍ବା ଥାନା କୁ ଆଣି ତଦନ୍ତ ଜାରି ରଖିଛି । ଆଜି ବଡମ୍ବା ଥାନା ପରିସର ରେ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ବିଶ୍ୱଜିତ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ବିବରଣୀ ପ୍ରଦାନ କରିଥିଲେ । ଆସାମୀ ଭାବଗ୍ରାହୀ ପଣ୍ଡା ଙ୍କ ନାମରେ ତିଗିରିଆ ଥାନାରେ ଦଶଟି, ମାଣିଆବନ୍ଦ ଥାନାରେ ଗୋଟିଏ ଓ ବଡମ୍ବା ଥାନାରେ ଏକ ଗୋଟି ମାମଲା ରହିଛି । ବେଆଇନ ଅସ୍ତ୍ର ରଖିବା ମାମଲା ରେ ବଡମ୍ବା ପୋଲିସ କେଶ ରୁଜୁ କରିଛି ଏବଂ ଅପରାଧୀ ଭାବଗ୍ରାହୀ ପଣ୍ଡା ଙ୍କ ନିକଟରୁ ଗୋଟିଏ ରିଚ କାର, ଗୋଟିଏ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, କିଛି ରୂପା ଚେନ, ଜବତ କରିବା ସହ ଆସାମୀ କୁ କୋଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *