ଚାଷ ଜମି କମୁଛି : କୋଠା ବାଡ଼ି ବଢୁଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରେ ବର୍ତ୍ତମାନ ଚାଷ ଜମି କମିବାରେ ଲାଗିଛି । କୋଠା ବାଡ଼ି ବଢ଼ିବାରେ ଲାଗିଛି । ଗଜପତି ଜିଲ୍ଲାର ଗୁମା ବ୍ଲକ, କାଶୀ ନଗର, ଗୋଶାଣୀ ବ୍ଲକରେ ଅଧିକ ଧାନ ଚାଷ ହୋଇଥାଏ ! ବର୍ତ୍ତମାନ ଚାଷ ଜମି କମିବାରେ ଲାଗିଛି। ଚାଷ ଜମିକୁ ଘର ବାରି ରେ ପରିଣତ କରାଯାଉଛି ! ଯାହା ଫଳରେ କୋଠା ବାଡ଼ି ବୃଦ୍ଧି ପାଇବାରେ ଲାଗିଛି । ସହର ଉପକଣ୍ଠ ରେ ଥିବା ଚାଷ ଜମି ସହ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଚାଷ ଜମି ଗୁଡିକ ଘର ବାରି ରେ ପରିଣତ ହେଉଛି । ଜମି କମ ଦାମ ରେ କ୍ରୟ କରି ଚାଷୀଙ୍କ ଠାରୁ ଚାଷ ଜମି କୁ ଘର ବାରି ରେ ପରିଣତ କରି ପ୍ଲ ଟ କରି ରାତାରାତି ଲକ୍ଷ ପତି ହୋଇଯାନ୍ତି ଜମି ମାଫିଆ ! ଚାଷ ଜମି କମିବା ଫଳରେ ଚାଷୀ ଚାଷ ନକରି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି ! ଚାଷ ଜମି କୁ ଘର ବାରି କରୁଥିବା କର୍ମଚାରୀ ଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ହେଉନାହିଁ। ଯାହା ଫଳରେ ପ୍ଲଟ କରି ଚାଷ ଜମିକୁ ପ୍ଲଟ ବେପାରୀ ମାଲେ ମାଲ ହେଉଛନ୍ତି । ଚାଷ ଜମି କୁ ଘର ବାରି କରି ନୂତନ କୋଠା ବାଡ଼ି ନିର୍ମାଣ ହେଉଛି । ଚାଷୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛି । ଚାଷ ଜମି ରହିଲେ ଖାଦ୍ୟ ଶସ୍ୟ ଉତ୍ପାଦନ ହେବ , ତା ସାଙ୍ଗକୁ ଖାଦ୍ୟ ଶସ୍ୟ ଅଭାବ ହେବ ନାହିଁ । ଏଥି ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *