ଲେଖା ମାଧ୍ୟମରେ ସମାଜ ପରିବର୍ତ୍ତନ ସମ୍ଭବ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବହୁବିଧ ମହତ୍ କାର୍ଯ୍ୟର ଜଣେ ସାଧକ ଲେଖକ, ସ୍ତମ୍ବକାର ସହିତ ସମାଜ ସେବା କ୍ଷେତ୍ର ପରିଚିତ ଚେହେରା ହେଉଛନ୍ତି ଶ୍ରୀ ରବିନାରାୟଣ ପଟ୍ଟନାୟକ । ଯେତେବେଳେ କାହାର ରକ୍ତ ଦରକାର ପଡେ ସବୁବେଳେ ନିଜେ ରକ୍ତଦାନ କରି ବହୁତ୍ ମୂଲ୍ୟବାନ ଜୀବନ ବଞ୍ଚେଇଛନ୍ତି। ପିତା ଡାକ୍ତର ରାମଚନ୍ଦ୍ର ପଟ୍ଟନାୟକ ଓ ମାତା ବାସନ୍ତୀ ପଟ୍ଟନାୟକଙ୍କ ଜନ୍ମ ହେଉଛି ଭୁବନେଶ୍ବର ଠାରେ ।ସେ ହେଉଛନ୍ତି ବାପା ମା ଏକମାତ୍ର ପୁତ୍ର ଓ ତାଙ୍କର ତିନି ଭଉଣୀ ଅଛନ୍ତି । ସ୍କୁଲ ଜୀବନ ତାଙ୍କର କ୍ୟାପିଟାଲ ହାଇସ୍କୁଲ ୟୁନିଟ୍ -୩ ରହିଥିଲା। ବାଣିଜ୍ୟ ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ନିଜ କର୍ମ ଜୀବନ ଆରମ୍ଭ କରିଥିଲେ । ଏହା ସହ ସାହିତ୍ୟ ପ୍ରତି ଥିବା ଭଲ ପାଇବା ତାଙ୍କୁ ଲେଖା ପ୍ରତି ଆକର୍ଷଣ କରିଥିଲା ।ଓଡ଼ିଶାରେ ନିଜ ଲେଖା ମାଧ୍ୟମରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରବିନାରାୟଣ। ଯଦିଓ ନିଜ ପେଶା ଜୀବନ ସହ ଲେଖା ର କୌଣସି ସମ୍ପର୍କ ନାହିଁ କିନ୍ତୁ ତାଙ୍କ ନିଶା ହେଉଛି ସୁସ୍ଥ ସମାଜ ଗଠନ ପାଇଁ ଲେଖା ମାଧ୍ୟମର ପ୍ରଭାବ ସୃଷ୍ଟି କରିବା ।ରକ୍ତଦାନ ବିଷୟରେ ସଚେତତା ସୃଷ୍ଠି କରିବା ହେଉକି ବୃକ୍ଷ ରୋପଣ ଉପକାରିତା ଏହି ପରି ସମାଜଉପଯୋଗୀ ଏହାକୁ ନେଇକି ନିଜ ଲେଖା ମାଧ୍ୟମରେ ପରି ପ୍ରକାଶ କରନ୍ତି । କେବଳ ଲେଖା ନୁହେଁ ନିଜେ ରକ୍ତଦାନ କରିବା ଓ ବୃକ୍ଷ ରୋପଣ କରିବା ପାଇଁ ମଧ୍ୟ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଠି କରି ପାରିଛନ୍ତି ।ନିଜର ନିଆରା ଚିନ୍ତାଧାରା ପାଇଁ ପରିଚିତ ଶ୍ରୀ ରବିନାରାୟଣ ପଟ୍ଟନାୟକ ।ଦୈନିକ ଖବର କାଗଜ ରେ ନିଜ ଶାଣିତ ସ୍ତମ୍ଭ ଲେଖା ପାଇଁ ମଧ୍ୟ ସେ ବେଶ୍ ପରିଚିତ ।ସମାଜରେ ଘଟୁଥିବା କୌଣସି ଅସୁବିଧା ବିଷୟକୁ ଶାଣିତ ଭାବେ କଥା ଉପସ୍ଥାପନ କରିବା ହେଉ କି କୌଣସି କଥା ଯାହା ଲୋକ ଲୋଚନକୁ ଆସିପାରୁ ନାହିଁ ସେହି କଥାକୁ ସାମ୍ନା କୁ ଆଣିବା ହେଉ ସବୁଥିରେ ନିଜ ଲେଖାର ସ୍ଵତନ୍ତ୍ର ପରିଚୟର ଛାପ ଛାଡ଼ିଛନ୍ତି ସେ ।ନିଜ ଲେଖା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରିପାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦୦ ରୁ ଉର୍ଦ୍ଧ୍ବ ଲେଖା ବିଭିନ୍ନ ଖବରକାଗଜ ରେ ପ୍ରକାଶ ପାଇସାରିଛି । ଓଡ଼ିଶା ମାସିକ ଅଗ୍ରଣୀ ପତ୍ରିକା ସୌଦାମିନୀ ନିଜ କଭର୍ ପୃଷ୍ଠାରେ ସ୍ଥାନ ପାଇଥିଲା ରବିନାରାୟଣ ପଟ୍ଟନାୟକ ଙ୍କ ଛବି । ଏହା ଛଡ଼ା ସେ ଏକ ବହି ଲେଖିଛନ୍ତି ଯାହାର ନାମ ରହିଛି ହଜି ଗଲାଣି ଆଈ ମା କାହାଣୀ ।ଯାହା ଲେକଙ୍କୁ ବେଶ୍ ପସନ୍ଦ ଆସିଛି ।ଏହି ପୁସ୍ତକଟି ରେ ୩୮ ଗଳ୍ପ ସ୍ଥାନ ପାଇଛି। ପ୍ରତିଟି ଗଳ୍ପ ବେଶ୍ ସୁନ୍ଦର ହେଇଛି।ଆଗକୁ ଆଉ ଏକ ପୁସ୍ତକ ଲେଖିବାକୁ ଯାଉଛନ୍ତି ।ଏହା ସହ ରକ୍ତଦାନ କରିବା ସହିତ ରକ୍ତ ଅଭାବ ସମୟ ରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରିଥାନ୍ତି।ନିଜ ଜନ୍ମ ଦିନରେ ଓ ନିଜ ମା ଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଶିବିରରେ ରକ୍ତଦାନ କରିବା ସହ ରକ୍ତଦାତା, ସଙ୍ଗଠକ ଓ ସଂଗଠନ ମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ ପ୍ରଦାନ ମଧ୍ୟ କରିଥାନ୍ତି ।ଏହି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି । ଟାଇମ୍ସ ୱର୍ନ ସେବା ସମ୍ମାନ ୨୦୨୩, ଜୟଦୂର୍ଗା ଫାଉଣ୍ଡେସନ ସମ୍ମାନ,ଉତ୍ସର୍ଗ କଲ୍ୟାଣ ସେବା ସମ୍ମାନ ୨୦୨୪, ସୃଜନୀ କାର୍ଯ୍ୟକ୍ରମ ସମ୍ମାନିତ,ସୌଦାମିନୀ ପତ୍ରିକା ତରଫରୁ ସାରସ୍ଵତ ସମ୍ମାନ,ପ୍ରେରଣା ଫାଉଣ୍ଡେସନ ପକ୍ଷରୁ ପ୍ରେରଣା ସେବା ସମ୍ମାନ,ଲାଇଫ ସେଭର୍ସ ଗ୍ରୁପ୍ ଟ୍ରଷ୍ଟ ପକ୍ଷରୁ ସମ୍ମାନ, ନୟାସବେରା ନିମାପଡ଼ା ୟୁଥ୍ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛା ସେବୀ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *