ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ବିୟୁଟି ପାର୍ଲର ଭିତରେ ରଶି ଲଗାଇ ଝୁଲି ପଡିଲେ ମହିଳା ! ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ସିଂହପୁର ଅଂଚଳରେ l କଲ୍ୟାଣପୁର ଗ୍ରାମପଂଚାୟତ ସମଲପୁର ଗ୍ରାମର ଅଜୟ କୁମାର ବଳଙ୍କ ସାନ ଝିଅ ଲିପ୍ସିତା ବଳ ସିଂହପୁର ଖରଶ୍ରୋତା ମହାବିଦ୍ୟାଳୟ ସାମନାରେ ଉପର ମହଲା ରେ ଦୀର୍ଘ ବର୍ଷ ଧରି ବିୟୁଟିପାର୍ଲର ଖୋଲି ନିଜର ଗୁଜୁରାଣ ମେଣ୍ଟାଉଥିଲେ l ଗତକାଲି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ପାର୍ଲର ର କବାଟ ଖୋଲା ନହେବାରୁ ସ୍ଥାନୀୟ ଲୋକ ପାର୍ଲର ପାଖକୁ ଯାଇ ପାର୍ଲର ଭିତରେ ଲିପ୍ସିତାଙ୍କ ମୃତଶରୀର ଝୁଲୁଥିବାର ଦେଖିଥିଲେ ! ଫ୍ୟାନରେ ନିଜ ଓଢଣୀରେ ଲିପ୍ସିତା ଝୁଲି ପଡ଼ିଥିବାର ଦେଖି ପରିବାରକୁ ଖବର ଦେଇଥିଲେ ଲୋକେ l ଘଟଣାଟି ବିଂଝାରପୁର ଅଂଚଳରେ ଚଞ୍ଚଲ୍ୟ ଖେଳାଇଛି l ପରିବାର ଲୋକ ବିଂଝାରପୁର ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି l
ବିୟୁଟି ପାର୍ଲର ଭିତରେ ରଶି ଲଗାଇ ଝୁଲି ପଡିଲେ ମହିଳା !!!

