ନୟାଗଡ ସିନ୍ଦୁରିଆ ରେ ବିଜେଡିର ମିଶ୍ରଣ ପର୍ବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସହର ଉପକଣ୍ଠ ସିନ୍ଦୁରିଆ ପଞ୍ଚାୟତ ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ . ପଞ୍ଚାୟତ ରେ ମୁଖ୍ୟତଃ ପାନୀୟଜଳ ସମସ୍ୟାର ଅଭିଯୋଗ ହେଉଥିବାରୁ ପଞ୍ଚାୟତ ଅଫିସରଙ୍କୁ ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ଅବସରରେ ମନ୍ତ୍ରୀ ଡ. ସାହୁ ଙ୍କ ଉପସ୍ଥିତିରେ ରଜିବୁର୍ ରହମାନ ଖାନ୍, ନୁରୁଦିନ ଖାନ, ସରଦଭୁକ୍ ମଲ୍ଲିକ , ସମଜାନ୍ ବେଗମ, କମରଦିନ ଖାନ୍ ପ୍ରମୁଖ କଂଗ୍ରେସ ଏବଂ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ଅନୱର ଅଲ୍ଲୀ, ସ୍ଥାନୀୟ ସରପଞ୍ଚ ଏବଂ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *