ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ l ୩୧/୮/୨୦୨୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଙ୍କ ପରିଚାଳନାରେ ଓ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ପାରିଷଦ ମାନଙ୍କ ସହଯୋଗରେ ପାଳିତ ହୋଇଯାଇଛି l ପ୍ରାତଃ ୪.୩୦ ସମୟରେ ରାମଧୁନ ସକାଳ ୬ ଘଟିକା ରେ NAC ରେ ଥିବା ସମସ୍ତ ମହାପୁରୁଷ ମାନଙ୍କୁ ମାଲ୍ୟାର୍ପଣ କରାଯାଇଥିଲା l ଓ ସକାଳ ୭ ଘଟିକା ରେ ଅଧ୍ୟକ୍ଷଙ୍କ ଦ୍ଵାରା ଜାତୀୟ ପତାକା ଉତୋଳନ ଓ ସମସ୍ତ କର୍ମଚାରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ସକାଳ ୯ ଘଟିକା ସମୟରେ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ନିର୍ବାହୀ ଅଧିକାରୀ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ପାରିଷଦ ଓ ଡାକ୍ତର ଅଲୋକିତା ବେହେରାଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା ଏବଂ ମଧ୍ୟାହ୍ନ ୧୧ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଭିଡିଓ କନଫରେନ୍ସୀ ମାଧ୍ୟମରେ ସ୍ୱାୟତ୍ତ ଶାସନ ଦିବସ ସମାରୋହ LED ଦ୍ଵାରା ପ୍ରଦର୍ଶିତ ହୋଇଥିଲା l ଏହି ସ୍ୱାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ପ୍ରତିମା ରାଉତ କାଉନସିଲର ଶରତ ଭୂତିଆ,ରୁଦ୍ର ନାରାୟଣ ଦାସ, ବିଷ୍ଣୁପ୍ରିୟା ନାଏକ,ତୃପ୍ତିମୟୀ ବେହେରା ଓ ଅନ୍ୟ କାଉନସିଲର ମାନେ ଉପସ୍ଥିତ ଥିଲେ ଏବଂ NAC ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *