ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଥିବା ସଂସ୍କୃତି ମଣ୍ଡପ ଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗାୟତ୍ରୀ ବାହିନୀ ଦ୍ଵାରା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ଛୋଟ ରୁ ବଡ଼ ମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନ୍ନ ପ୍ରସାଦ ଭୋଜନ ପରେ ଏକ ବୈଠକ ମାତୃପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ , ସମ୍ମାନିତ ଅତିଥି ଭାବେ ଶଙ୍କର ଦାସ , ସୁଶିଲ ମହାପାତ୍ର , ସୁବଳ ପଣ୍ଡା, ମନୋହର ମିଶ୍ର, ବୁଲୁ ନାୟକ ଓ ସତ୍ୟ ନାରାୟଣ ଯୋଶୀ ପ୍ରମୁଖ ଯୋଗ ଦେଇ ସମାଜର ଉନ୍ନତି ବିଷୟରେ ନିଜ ନିଜ ର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ସୁଶାନ୍ତ ପାଣିଗ୍ରାହୀ ଆଜିର କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ବଡ ମାନଙ୍କୁ ନୁଆଁଖାଇ ଜୁହାର କରି ଛୋଟ ମାନଙ୍କୁ ଆଶୀର୍ବାଦ ଜଣାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *