ଖଞ୍ଜା ସାହିର ଗଣେଶ ପୂଜା ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଖଞ୍ଜା ସାହିର ଗଣେଶ ପୂଜା ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଖଞ୍ଜା ସାହି ଛକରେ ପବିତ୍ର ଗଣେଶ ପୂଜା ଅତି ଧୁମଧାମରେ ପାଳିତ ହେବା ସହ ଆଜି ଅନ୍ନ ପ୍ରସାଦ ବଣ୍ଟନର ଆୟୋଜନ କରାଯାଇଛି । ସନ୍ଧ୍ୟା ସମୟରେ ଆଳତୀ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏହି ଗଣେଶ ପୂଜା ଓ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ସାହିର ଯୁବ ଗୋଷ୍ଠୀ ଓ ସାହି ଲୋକଙ୍କ ସହଯୋଗରେ ଆୟୋଜନ କରାଯାଇଛି । ଆଖପାଖ ଅଞ୍ଚଳର ଭକ୍ତମାନେ ଅନ୍ନ ପ୍ରସାଦ ସେବନ କରି ଶାନ୍ତି ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *