ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ରକ୍ତଦାନ ମହତ ଦାନ, ରକ୍ତ ବଞ୍ଚାଏ ଶତ ଜୀବନ, ଅର୍ଜନ କର କୋଟିଏ ପୂଣ୍ୟ , ସଫଳ କର ମାନବ ଜୀବନ । କଳିଙ୍ଗନଗର ଶିଳ୍ପାନୁଷ୍ଠାନ ଅଞ୍ଚଳ ର ଢୋଲପଥର ଠାରେ ଟାଟା କାରଖାନା ରେ କାର୍ଯ୍ୟରତ ଠିକା ସଂସ୍ଥା ଓଏଲେମ ଓ ସମାଜର ଦର୍ପଣ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଢୋଲପଥର ଠାରେ ମୁରଲୀଧର ବେହେରା ଙ୍କ ସ୍ମୃତିରେ ସପ୍ତମ ଥାଲାସେମିଆ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ଶିବିର ର ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ଦାସ , ନିମନ୍ତ୍ରିତ ଅତିଥି ଭାବେ ଏସ.ଆଇ ଅଜୟ କୁମାର ସାହୁ, ସ୍ଥାନୀୟ ସ୍ବେଚ୍ଛାସେବୀ ରବୀନ୍ଦ୍ର ଜେନାମଣି, ଟୁକୁ ମହାନ୍ତ, ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ଶିବିରର ମୁଖ୍ୟ ଲକ୍ଷ ହେଉଛି ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁ ମାନଙ୍କୁ ନିୟମିତ ରକ୍ତର ଆବଶ୍ୟକ ହୁଏ । ସଠିକ ସମୟରେ ତାହା ମିଳିବା ଏତେ ସମ୍ଭବପର ନୁହେଁ ।ଏଣୁ ଏହି ରକ୍ତ ଅଭାବ ନ ରହିବା ପାଇଁ ଏକ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ କରିଛନ୍ତି ସମାଜ ଦର୍ପଣ ଫାଉଣ୍ଡେସନ ର ସଭାପତି ପ୍ରଶାନ୍ତ କୁମାର ସେନାପତି ଓ ସମ୍ପାଦକ ଚନ୍ଦନ କୁମାର ସ୍ୱାଇଁ ଓ ସଦସ୍ୟ ବିଭୁତିଭୂଷଣ ବେହେରା ଏବଂ ଓଏଲେମ ର କର୍ମଚାରୀ . ଏହି ଶିବିରରେ ଶହେ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।