କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରଥମେ ଥଇଥାନ ପରେ ଉଚ୍ଛେଦ ଦାବିରେ ଗଣଧାରଣା ! ଜଗତପୁର ଗୋଲେଇ ଛକ ନିକଟରେ ଥିବା ଭଗବତୀ ବସ୍ତିକୁ ଉଚ୍ଛେଦ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବସ୍ତିର ଶତାଧିକ ପରିବାର ସରକାରଙ୍କ ଆଧାର କାର୍ଡ, ଭୋଟ ପରିଚୟ ପତ୍ର ଭଳି ସୁବିଧା ସୁଯୋଗ ପାଉଥିଲେ ବି ବର୍ତ୍ତମାନ ସେମାନେ ପିଲାଛୁଆ ଧରି ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । ଏନେଇ ସିପିଆଇ ପକ୍ଷରୁ ପ୍ରଥମେ ଥଇଥାନ ପରେ ଉଚ୍ଛେଦ ଦାବିରେ ଜଗତପୁର ଗୋଲେଇ ଛକ ଠାରେ ପ୍ରତିବାଦ ଦେଖିବାକୁ ମିଳିଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ଉଦୟ କେଶରୀ ବର୍ମାଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଅମରେନ୍ଦୁ ମହାନ୍ତି, ମହାନଦୀ ଆଞ୍ଚଳିକ କମିଟିର ସଭ୍ୟ ପ୍ରମୋଦ ପ୍ରଧାନ, ଯୁବନେତା ସୁନାକର ବରାଳ, ପୂର୍ଣ୍ଣିମା ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଶାସନ ତୁରନ୍ତ ଥଇଥାନ କରିବାକୁ ଦାବି କରିଛନ୍ତି । ଶେଷରେ ଟାଙ୍ଗି-ଚୌଦ୍ଵାର ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।
ପ୍ରଥମେ ଥଇଥାନ ପରେ ଉଚ୍ଛେଦ ଦାବିରେ ଗଣଧାରଣା !!!

