କତଲ କଇଠା ଠାରୁ ପର୍ଶୁରାମପୁର ଓ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କତଲ କଇଠ। ଗ୍ରାମ ପଞ୍ଚୟତର ପର୍ଶୁରାମପୁର ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କର ଗ୍ରାମକୁ ଯାଉଥିବା ରାସ୍ତାଟି ଶୋଚନୀୟ ହୋଇପଡିଛି କତଲ କଇଠ। ଠାରୁ ପର୍ଶୁରାମପୁର ଓ ଶିବ ମନ୍ଦିର ପର୍ଯ୍ୟନ୍ତ ! ରାସ୍ତା ଶୋଚନୀୟ ହୋଇ ପଡିଛି ବୋଲି ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଯାତାୟାତରେ ଅସୁବିଧାର ସମ୍ମୁଖିନ ହେବା ସହ ସ୍କୁଲ, କଲେଜକୁ ଯିବା ଆସିବା ସମୟରେ ଛାତ୍ର ଛାତ୍ରୀ ମାନେ ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ସେହି ଭଳି ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଖାନା ଯାଉଥିବା ଲୋକେ ଗମନାଗମନରେ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ରାସ୍ତାର ନବୀ କରଣ କରିବା ସକାଶେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ପକା ରାସ୍ତାଟି ହେଲେ ଗ୍ରାମବାସୀ ଉପକୃତ ହୋଇ ପାରିବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି !

Leave a Reply

Your email address will not be published. Required fields are marked *