ଦାଉ ସାଧିଲା ଲଗାଣ ବର୍ଷା : ଦୁଇ ପରିବାର କୁ କରାଇଲା ବାସହରା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଦାଉ ସାଧିଲା ଲଗାଣ ବର୍ଷା , ଦୁଇ ପରିବାର କୁ କରାଇଲା ବାସହରା ! ବେଗୁନିଆ ବ୍ଲକ ଅନ୍ତଃର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତର ମାନଗୋବିନ୍ଦପୁର ଗାଁରେ ଦେଖାଯାଇଛି ଏପରି ଅଭାବନୀୟ ଘାଟଣା l ସ୍ୱାଧୀନତା ର ଦୀର୍ଘ ବର୍ଷ ପରେବି କେଉଁ ଉପାନ୍ତ ଅଞ୍ଚଳଠାରୁ କମ ନୁହେଁ ଉକ୍ତ ଗାଁର ଅବସ୍ଥା ! ଗ୍ରାମର ମଙ୍ଗୁଳି ନାୟକ ଏବଂ ସୁଶାନ୍ତ ନାୟକଙ୍କ ପରିବାରର ଏହି ଦୁଃଖଦ କାହାଣୀ l ଗତ କିଛିଦିନ ହେବ ଲଗାଣ ବର୍ଷରେ ସେଦୁଇ ପରିବାର ରହୁଥିବା ଘରର ମାଟିକାନ୍ଥ ଫାଟି ଆଁ ଅବସ୍ଥା ଦେଖି ସେମାନେ କାନ୍ଥରେ କାଠରେ ଠେସ ଲଗାଇଥିଲେ ! କିନ୍ତୁ ଗତକାଲି ମଙ୍ଗୁଳି ନାୟକଙ୍କ ଘରର କାନ୍ଥ ଭୁଶୁଡି ପଡିବାରୁ ତାଙ୍କ ପରିବାର ବାସହରା ହୋଇଛନ୍ତି ! ଅପର ପକ୍ଷେ ସୁଶାନ୍ତ ଙ୍କ ପରିବାର ଭୟଭୀତ ଅବସ୍ଥାରେ ଭଗବାନକୁ ଆଶ୍ରା କରି ଅଛନ୍ତି ଭଙ୍ଗା ଘରେ l ଏ ନେଇ ଦୁଇ ପରିବାର ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ଉପାଧକ୍ଷ୍ୟା ଙ୍କ ପ୍ରତିନିଧିଙ୍କୁ ଜଣାଇବାରୁ ସେମାନେ ସେମାନେ ଘଟଣାସ୍ଥଳ ବୁଲି ଉକ୍ତ ଘଟଣା ବିଷୟରେ ତହସିଲଦାର ଏବଂ ବିଡ଼ିଓ ଙ୍କୁ ଫୋନ ଯୋଗେ ଅବଗତ କରାଇବା ସହିତ ଅସହାୟ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *