ଗୁରାଣ୍ଡି ଓ ଗାରାବନ୍ଧ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଗୁରାଣ୍ଡି ଓ ଗାରାବନ୍ଧ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ କରାଯାଇ ଥିବା ଅବକାରୀ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ମିଳିଛି । ପାର୍ବଣକୁ ଦୃଷ୍ଟି ରେ ରଖି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏଗଜୁଟିଭ ମାଜିଷ୍ଟ୍ରେଟ ବି ଆଲେୟା ରେଡ୍ଡୀ ଙ୍କ ଉପସ୍ଥିତିରେ ପୋଲିସ ଏବଂ ଅବକାରୀ ବିଭାଗର ପକ୍ଷରୁ ଗୁରାଣ୍ଡୀ, ଗାରାବନ୍ଧ ଥାନା ଅଞ୍ଚଳର ଖ୍ରୀଷ୍ଟପୁର, ରାମଚନ୍ଦ୍ରପୁର, ରମ୍ପା ବଡ଼ହଂସା ଗୋଠେଇ ଅଞ୍ଚଳ ରେ ଚଢ଼ାଉ କରି 4 ଗୋଟି କେଶ କରାଯାଇଛି ! ମୋଟ 747 ଲିଟର ବେଆଇନ ମହୁଲି ମଦ ଓ 5500 ଲିଟର ମହୁଲ ପୋଚ ଜବତ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ମୋଟ 4 ଟି ମାମଲା ରୁଜୁ କରି 2 ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ଦିଆ ଯାଇଛି । ଏହି ଚଢ଼ାଉରେ ଏକଯ୍ୟୁକ୍ୟୁଟିଭ ମାଜିଷ୍ଟ୍ରେଟ ବି ଆଲେୟା ରେଡ୍ଡୀ, ଗଜପତି ଜିଲ୍ଲା ମୋବାଇଲ ୟୁନିଟ, ଅବକାରୀ ଥାନା ପାରଳାଖେମୁଣ୍ଡି, ଅବକାରୀ ଥାନା ଉଦୟଗିରି, APR ଷ୍ଟାଫ ଗଜପତି, ଅଧିକ୍ଷକ ପ୍ରଦୀପ ସାହୁ, ନିରୀକ୍ଷକ ମନୁ ଆୟାଲ, SI ଅମ୍ବିକା ବେନୀୟା, OIC ଜଗନ୍ନାଥ ମିଶ୍ର, OIC ଏନ. ତ୍ରିପତି ରାଓ ,ASI ନୀଳାମ୍ବର ନାୟକ , ASI ଶ୍ରୀ ଅଂଜନ ଜେନା,ଶ୍ରୀମତୀ ମିନତୀ ପାଇକ ଏବଂ ଷ୍ଟାଫ ଆଦି ସାମିଲ ଥିଲେ !

Leave a Reply

Your email address will not be published. Required fields are marked *