ହିନ୍ଦୋଳ ରେ ନବରାତ୍ର ଓ ଶାରଦୀୟ ଦୁର୍ଗାପୂଜା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ର ୨ ନଂ ୱାର୍ଡରେ ଥିବା ହିନ୍ଦୋଳ ର ଅଧିଷ୍ଠାତ୍ରୀ ଦେବୀ ମା ରଙ୍କେ଼ଇ (ରତନେଶ୍ୱରି)ଙ୍କ ନବରାତ୍ର ଓ ଶାରଦୀୟ ଦୁର୍ଗାପୂଜା ପରମ୍ପରା ଅନୁଯାୟୀ ଚାଲୁଅଛି l ଏହି ପୂଜା ୨୧/୯/୨୦୨୫ ତାରିଖ ଠାରୁ ୨/୧୦/୨୦୨୫ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି ପୂଜା ପ୍ରାତଃ ସମୟରେ ରୀତି ନୀତି ଅନୁଯାୟୀ ମା ଦୁର୍ଗା ଙ୍କ ନଅ ରୂପରେ ପ୍ରତ୍ୟେକ ଦିନ ଗୋଟିଏ ରୂପରେ ପୂଜା କରାଯାଇଥାଏ l ଏହି ନବରାତ୍ର କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ବିଜୟ କୁମାର ପାଳ ଓ ଯଜ୍ଞ ପୂଜକ ଭାବେ ବିଭୂତି ଭୂଷଣ ଷଡ଼ଙ୍ଗୀ ମନ୍ଦିର ପୂଜକ ଭାବେ ମନୋଜ ଶତପଥୀ ଉପସ୍ଥିତ ରହି ପୂଜା କାମରେ ସହଯୋଗ କରିଥିଲେ ଓ ମନ୍ଦିର କମିଟିର ଆବାହକ ଶେଷଦେବ ସାହୁ, ତ୍ରିଭୁବନ ସାରଥୀ ଦାସ, ତାପି ସାମନ୍ତ ଜଗନ୍ନାଥ ସାହୁ ନରେଶ ଭୁକ୍ତା, ଟିଟଲ ଦାସ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ଓ ପ୍ରତ୍ୟେକ ଦିନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ଓ ଶହ ଶହ ସଂଖ୍ୟାରେ ଭକ୍ତମାନେ ପ୍ରସାଦ ସେବନ କରିଥାନ୍ତି l

Leave a Reply

Your email address will not be published. Required fields are marked *