ବାଣପୁର ମା’ ବିରିଜାଈ ମନ୍ଦିର ଦର୍ଶନ କରି ଫେରିବା ବେଳେ ଅଟୋ ଲେଉଟି ଏକାଧିକ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମନ୍ଦିର ଦର୍ଶନ କରି ଫେରିବା ବେଳେ ଅଟୋ ଲେଉଟି ଏକାଧିକ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ଆଜି ସକାଳେ ବାଲୁଗାଁ ଥାନା ସରଳସିଂହ ଗ୍ରାମର ରବୀନ୍ଦ୍ର ବିଶ୍ୱାଳ, ଶେଷ ବିଶ୍ୱଳ, ନରସିଂହ ବିଶ୍ୱାଳ ଓ ଧୁଶା ବିଶ୍ୱାଳଙ୍କ ପରିବାର ଏକ ଅଟୋ ଏବଂ ଏକାଧିକ ବାଇକରେ ବାଣପୁର ମା’ ବିରିଜାଈ ମନ୍ଦିରକୁ ମାନସିକ ପୂଜା ପାଇଁ ଯାଇଥିଲେ । ତେବେ ପୂଜାର୍ଚ୍ଚନା ସାରି ଅପରାହ୍ନରେ ଫେରିବା ବେଳକୁ ନୀଳାଦ୍ରିପ୍ରସାଦ ନିକଟରେ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହୋଇ ଅଟୋଟି ଲେଉଟି ପଡିଥିଲା । ଫଳରେ ଅଟୋରେ ଉପସ୍ଥିତ ଥିବା ଚାଳକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଅହଲ୍ୟା ବିଶ୍ୱାଳ, ରବୀନ୍ଦ୍ର ବିଶ୍ୱାଳ, କାହ୍ନୁ ବିଶ୍ୱାଳ, ଦୀପା ବିଶ୍ୱାଳ, ହୁଲାସ ବିଶ୍ୱାଳ, କୁନି ବିଶ୍ୱାଳ, ଜ୍ୟୋତ୍ସ୍ନା ସାହୁ ଏବଂ ଅଟୋ ଚାଳକ ଧନେଶ୍ୱର ରଣା। ଅଟୋରେ ଦୁଇ ଶିଶୁ , ପାଞ୍ଚ ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବର୍ତ୍ତମାନ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।

Leave a Reply

Your email address will not be published. Required fields are marked *