ପାରଳାଖେମୁଣ୍ଡି ରାଜଗୁରୁ ସାହିରେ 51 ତମ ଶାରଦୀୟ ଦୁର୍ଗାପୂଜା ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ରାଜଗୁରୁ ସାହିରେ 51 ତମ ଶାରଦୀୟ ଦୁର୍ଗାପୂଜା ଆୟୋଜିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହିରେ 51 ତମ ଶାରଦୀୟ ଦୁର୍ଗାପୂଜା ପାଳିତ ହେଉଅଛି । ଏହି ପୂଜା 5 ଦିନ ଧରି ଚାଲୁ ରହିବ । ଦୀର୍ଘ ବର୍ଷ ଧରି ସ୍ଥାନୀୟ କଳାକାରଙ୍କ ଦ୍ଵାରା ମୂର୍ତ୍ତି ଓ ଡେକୋରେସନ କରି ପୂଜାର୍ଚ୍ଚନା କରାଯାଉଛି । ପୂଜା କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଏହି ପୂଜା ଆୟୋଜନ କରାଯାଉଛି । ସମସ୍ତଙ୍କ ଶାନ୍ତି ଆରୋଗ୍ୟ ସମୃଦ୍ଧି କାମନା କରି ଏହି ପୂଜା ଆୟୋଜନ କରାଯାଉଥିବା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବାର କମିଟି ପକ୍ଷରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *