ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଳବ୍ ଓ ସି.ୱାଇ.ଏସ୍.ଡବ୍ଲୁ ର ମିଳିତ ସହଯୋଗରେ ଆଦର୍ଶ ଟ୍ୟୁଟୋରିଆଲ, ବଡ଼ସହରାଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଇଗୁଣିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାଏକ, ସି.ୱାଇ.ଏସ୍.ଡବ୍ଲୁ ର ସାଧାରଣ ସମ୍ପାଦକ ନୀତୁରଞ୍ଜନ ଦାଶ, ଯୁବ ସମାଜସେବୀ ତ୍ରିନାଥ ପଣ୍ଡା, ବଡସହରା ଗ୍ରାମର ବରିଷ୍ଠ ସଦସ୍ୟ ଦଣ୍ଡପାଣି ନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଆଦର୍ଶ ଟ୍ୟୁଟୋରିଆଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା “ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ” ପରିବେଷଣ କରାଯାଇଥିଲା । ପୂର୍ବ ପୁରୁଷ ମାନଙ୍କ ବଳିଦାନ ସହ ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଗଠନ ଉପରେ ଉକ୍ତ ଅତିଥି ମାନେ ଆଲୋକପାତ କରିଥିଲେ । ଆୟୋଜିତ ବତ୍କୃତା କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ଟ୍ୟୁଟୋରିଆଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ଆଦର୍ଶ ଟ୍ୟୁଟୋରିଆଲ ତରଫରୁ ଉତ୍କଳ ଦିବସ ପାଳନ !!!

