ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଗୁଳିମରା ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀ ରେ ବୁଡ଼ି ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ଦିନ ମଜୁରିଆ ପିଣ୍ଟୁ ଦଣ୍ଡସେନା। ସୂଚନା ଅନୁଯାୟୀ, ପିଣ୍ଟୁ ପ୍ରତିଦିନ ଭଳି ଶନିବାର ମଧ୍ୟ ନିକଟସ୍ଥ ପୋଖରୀ କୁ ଗାଧୋଇ ଯାଇଥିବା ବେଳେ ପୋଖରୀ ଭିତରେ ଥିବା ଜଳଜ ଦଳରେ ଛନ୍ଦି ହୋଇ ସେ ପାଣିରୁ ବାହାରି ନପାରିବାରୁ ଏଭଳି ଅଘଟଣ ଘଟି ଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଉଦ୍ଧାର କରି ବାଲିଗୁଡା ମେଡିକାଲ କୁ ଆଣି ଥିଲେ l ସେଠାରେ ଚିକିତ୍ସା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଘଟଣାକୁ ନେଇ ଗୁଳିମରା ସାହି ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଦିନ ମଜୁରିଆ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ପରିବାରବର୍ଗ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ମର୍ମାହତ ହୋଇଛନ୍ତି। ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଆଧିକାରିକ ସୂଚନା ମିଳିବା ପରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *