ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଜୋର୍ ମେଘ ପବନରେ ଭାଙ୍ଗିଲା ଲାଇଟ ଗେଟ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ NAC ର ୮ ନମ୍ବର ୱାର୍ଡର ସାଆନ୍ତ ସାହି ଲକ୍ଷ୍ମୀ ପୂଜା କମିଟି ର ଲାଇଟ ଗେଟ ଜୋର୍ ବର୍ଷା ହେବା ଯୋଗୁ ଲାଇଟ ଗେଟ ଟି ସମ୍ପୂର୍ଣ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା l ଏହି ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ଓ ଜନ ସାଧାରଣ ଓ ପାଖ ମୀରା ବଜାର କମିଟି ର ସଭ୍ୟମାନେ ପହଞ୍ଚି ସହଯୋଗ କରିଥିଲେ l ହିନ୍ଦୋଳ ଲକ୍ଷ୍ମୀପୂଜା ଜମି ଆସୁଥିବା ବେଳେ ଭାଗ୍ୟର ବିଡମ୍ବନା ଓ ପ୍ରାକୃତିକ ବିପର୍ଯ୍ୟୟ ପୂଜାକୁ ଶିଥିଳ କରିଦେଇଥିବା ଦେଖା ଦେଇଛି l ହିନ୍ଦୋଳ NAC ରେ ସମୁଦାୟ ୧୩ ଗୋଟି ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ମା ମହାଲକ୍ଷ୍ମୀ l
ଜୋର୍ ମେଘ ପବନରେ ଭାଙ୍ଗିଲା ଲାଇଟ ଗେଟ !!!

