ପାରଳାଖେମୁଣ୍ଡି ସହରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡ଼ିଆ ଭଣ୍ଡାରି ସାହି ଛକରେ 41 ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଅଛି ।ସକାଳ ସମୟରେ ମାଆଙ୍କ ସ୍ନାନ କରି, ମଙ୍ଗଳ ଆଳତୀ, ହୋମ ଓ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ କରାଯାଉଛି । ମଧ୍ୟାହ୍ନରେ ମାଆଙ୍କ ନିକଟରେ ଅନ୍ନ ଭୋଗ ହେଉଛି । ସନ୍ଧ୍ୟା ଆଳତୀ ଦର୍ଶନ କରି ମାଆଙ୍କ ଆଶିଷ ନେବାକୁ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି । ଆଲୋକ ସଜ୍ଜା ତୋରଣରେ ସହର ଝଲସି ଉଠୁଛି, ରବିବାର ଦିନ ମାଆଙ୍କ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ।ଗୁରୁବାର ଦିନ ସନ୍ଧ୍ୟା ସମୟରେ ଏଗାର ହଜାର ଶହେ ଷୋହଳ ଦୀପ ଯଜ୍ଞ ଓ ମାଆଙ୍କ ପୂଜା ଚୁଡି ସିନ୍ଦୂର ବଣ୍ଟନର ବ୍ୟବସ୍ଥା ରହିଛି । ପାଗ ଅନୁକୂଳ ରହିଲେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 10 ଦିନରେ ମାଆଙ୍କ ଭଷାଣି କାର୍ଯ୍ୟକ୍ରମ ଥିବାର କମିଟି ପକ୍ଷରୁ ଜଣାପଡ଼ିଛି । ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ସୀମାଞ୍ଚଳ ପତିତ, ବିଭୁତି ଭୂଷଣ ବେହେରା, ସଶାଙ୍କ ସମେତ ସାହି ବାସିନ୍ଦାଙ୍କ ସହଯୋଗରେ ଏହି ପୂଜା ଆୟୋଜିତ ହେଉଛି ।