କାର୍ତ୍ତିକ ମାସ : ଏବେ ବି ବଞ୍ଚିଛି ‘ଆକାଶଦୀପ’ ପରମ୍ପରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚାଲିଛି ଧର୍ମର ମାସ କାର୍ତ୍ତିକ । କୋଟି ଜନ୍ମର ପୁଣ୍ୟ ଅର୍ଜନ ଲାଗି ଆଧ୍ୟାତ୍ମିକ ପ୍ରେମୀ ମହିଳା ମାନେ ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି।ମାସ ସାରା ଦିନ ତମାମ ପାରଳାଖେମୁଣ୍ଡି ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ଦେବ ଓ ଦେବୀ ପୀଠ ଗୁଡ଼ିକ ଭକ୍ତ ମାନଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠିଛି । ଏହି ପୁଣ୍ୟ ଅର୍ଜନର କାର୍ତ୍ତିକ ମାସରେ ଏବେ ବି ବଞ୍ଚିଛି ‘ ଆକାଶଦୀପ’ ପରମ୍ପରା । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ତୁଳସୀ ମଣ୍ଡପ ହେଉ କିମ୍ବା କୌଣସି ଦେବାଳୟ ପୋତାଯାଇଥାଏ ଏକ ଲମ୍ବା ବାଉଁଶ । ସେଥିରେ ଦଉଡ଼ି ସଂଲଗ୍ନ ହୋଇ ଶିକାରେ ଏକ ମାଟି ହାଣ୍ଡି ଭିତରେ ପ୍ରଦୀପ ପ୍ରଜ୍ଜଳନ କରି ଆକାଶ ଦୀପ ଲଗାଯାଇଥାଏ । ସନ୍ଧ୍ୟା ପୂର୍ବରୁ କାର୍ତ୍ତିକ ମାସଟି ସାରା ଏହି ଦୀପଦାନ କରାଯାଇ ଥାଏ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉକ୍ତ ଆକାଶଦୀପରେ ନିଆଁ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । କାହିଁ କେଉଁ ଆବାହମାନ କାଳରୁ ଏହି ଆକାଶଦୀପ ପରମ୍ପରା ପ୍ରଚଳିତ ହୋଇ ଆସୁଛି ଆକାଶଦୀପ ସମ୍ପର୍କରେ ଲକ୍ଷ୍ମୀ – ନାରାୟଣ ଏବଂ ରାଧା- ଦାମଦୋରଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରାଯାଉଥିବା କେହି କେହି କହୁଥିବା ବେଳେ ଅନ୍ୟ କେହି ସାଧାରଣ ଦୀପ ମନ୍ଦିର ଗର୍ଭଗୃହ କିମ୍ବା ଦୀପସ୍ଥଳରେ ପ୍ରଦାନ କରାଯାଉଥିବା ବେଳେ ଉକ୍ତ ଦୀପ ଆକାଶରେ ଚାରି ଦେବତାଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରାଯାଇଥାଏ ବୋଲି ଶୁଣିବାକୁ ମିଳୁଛି ସମୟର ବହୁ ପରିବର୍ତ୍ତନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଯୁଗରେ ପାରଳାଖେମୁଣ୍ଡି ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ଏହି ଆକାଶଦୀପ ପ୍ରଥା ପ୍ରଚଳିତ ହୋଇ ଆସୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *