ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକର ସର୍ବ ବୃହତ ଗ୍ରାମ ପଂଚାୟତ ତାଳବସ୍ତରେ ପ୍ରତିଷ୍ଠିତ ତଥା ପୁରାତନ ତାଳବସ୍ତ ଆୟୁଷ ସରକାରୀ ଚିକିତ୍ସାଳୟ ସାମାଜିକ ଗଣମାଧ୍ୟମ ରେ ଚର୍ଚ୍ଚାରେ ରହିଛି | ବାଙ୍କୀ ଉପଖଣ୍ଡରେ ଅବସ୍ଥାପିତ ଗ୍ରାମାଞ୍ଚଳ ଡାକ୍ତରଖାନା ମାନଙ୍କରେ ତାଳବସ୍ତ ନିଜର ସୁସ୍ଥ ପରିବେଶ, ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଉତ୍ତମ ସେଵା ଦେବା, ରୋଗୀ ଏବଂ ଡାକ୍ତର, କର୍ମଚାରୀଙ୍କ ଭିତରେ ଉତ୍ତମ ବୁଝାମଣା, ସେବା କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳବାସୀ ପ୍ରଶଂସା କରିଥାନ୍ତି ସଦାସର୍ବଦା | କିନ୍ତୁ ବାଙ୍କୀ ମହୋତ୍ସବ ଆରମ୍ବ ର ପ୍ରଥମ ଦିନରେ ତାଳବସ୍ତ ଗ୍ରାମର ଜଣେ ରୋଗୀଙ୍କ ପ୍ରତି ଡାକ୍ତରଙ୍କ ଅଶାଳୀନ ମନ୍ତବ୍ୟର ଅଭିଯୋଗ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ୱେବ ଚାନେଲରେ ପ୍ରସାରିତ ହୋଇଥିଲା | ଏହି ନକାରାତ୍ମକ ଖବର ପରିବେଷଣକୁ ତାଳବସ୍ତର ସମସ୍ତ ବୁଦ୍ଧିଜୀବୀ , ଶିକ୍ଷାବିତ ଓ ସମାଜସେବୀ ମାନେ ନିନ୍ଦା କରିଛନ୍ତି | ତାଳବସ୍ତ ଆୟୁଷ ଡାକ୍ତରଖାନାକୁ ତାଳବସ୍ତ ଗ୍ରାମର ସନ୍ତୋଷ କୁମାର ସାହୁ ନିଜ ପରିବାର ସହିତ ଦେହ ଖରାପ ପାଇଁ ଡାକ୍ତର ପରାମର୍ଶ କରିବା ପାଇଁ ଆସିଥିଲେ | କିନ୍ତୁ ସେହି ଦିନ ବିଳମ୍ବରେ ଆସୁଛ କହି ଖରାପ ମନ୍ତବ୍ୟ ସର୍ବ ସମ୍ମୁଖରେ ମେଡିକାଲର ଫାର୍ମାସିଷ୍ଟ ଛବିନ୍ଦ୍ର ବେହେରା ଆସିଥିବା ସନ୍ତୋଷ ସାହୁଙ୍କୁ କୁଆଡେ କହିଥିବାର ଅଭିଯୋଗ ସନ୍ତୋଷ ଗଣମାଧ୍ୟମ ଆଗରେ କହିଥିଲେ | ଘଟଣାର ସତ୍ୟତାକୁ ପରଖିବା ପାଇଁ ଅମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରେ କିଛି ବ୍ୟକ୍ତି, ମେଡିକାଲ କର୍ମଚାରୀଙ୍କର ମତ ନେଇଥିଲେ | ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣକୁ ନାପସନ୍ଦ କଲେ ତାଳବସ୍ତ ର ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ !
ଉଦ୍ଦେଶ୍ୟମୂଳକ ଅଭିଯୋଗ କୁ ନାପସନ୍ଦ କଲେ ତାଳବସ୍ତର ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ !!!

