ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ପଞ୍ଚାୟତର ଗୁରାଣ୍ଡି ଗ୍ରାମ ଠାରେ ଥିବା +2 ମୀନକେତନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଛାତ୍ର ଛାତ୍ରୀଙ୍କ କହିବା କଥା ହେଲା ନିୟମ ଅନୁଯାୟୀ ପ୍ରତିଦିନ ଯେତୋଟି କ୍ଳାସ ହେବା କଥା ଶିକ୍ଷକ ଅଭାବ ଯୋଗୁଁ କ୍ଲାସ ହେଉନାହିଁ, ବର୍ଷା ହେଲେ ଡ୍ରେନେଜ ସୁବିଧା ନ ଥିବାରୁ କ୍ଲାସ ରୁମ ଭିତରେ ବର୍ଷା ପାଣି ସହ ଅଳିଆ ଆବର୍ଜନା ପଶି ଯାଉଛି। ଶୌଚାଳୟ ସୁବିଧା ନ ଥିବାରୁ ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କ୍ଳାସ ରୁମର ଅଭାବ ରହିଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷା ହୋଇ ପାରିବ ବୋଲି କହିଛନ୍ତି ।
ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ରେ +2 ମୀନକେତନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଛାତ୍ର ଛାତ୍ରୀ ଙ୍କ ଦାବୀ ପତ୍ର ପ୍ରଦାନ !!!

