ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା : 451 କିଲୋ ଗଞ୍ଜେଇ ଜବତ , ଦୁଇ ଅଭିଯୁକ୍ତ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା ଗଜପତି ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଅବକାରୀ ଥାନା ଏସ୍ ଆଇ ପ୍ରସନ୍ନ କୁମାର ପଟେଲ, ଏ ଏସ୍ ଆଇ ନିଳାମ୍ବର ନାୟକ, ଏ ଏସ୍ ଆଇ ମିନତୀ ପାଇକ,କିଶୋର ଘଡେଇ, ମଧୁ ପ୍ରସାଦ ଜେନା, ସର୍ବେଶ୍ୱର ଦାଶ୍,
ଧର୍ମାରାଜୁଙ୍କ ମିଳିତ ସହଯୋଗରେ ପେଟ୍ରୋଲିଙ୍ଗ ସମୟରେ ଲାବଣ୍ୟଗଡ଼ ହିଲ ସାଇଡ ରୁ ନଂ (HR 55 AK 4587) ର ଗୋଟିଏ ଆଇଜେର କଣ୍ଟେନର ଗାଡିରୁ 451 କିଲୋ ଗଞ୍ଜେଇ ଜବତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।ଯାହାର ଆନୁମାନିକ ମୂଲ୍ୟ 45 ଲକ୍ଷ 51 ହଜାର ଟଙ୍କା ହେବ ବୋଲି ବିଭାଗ ସୂଚନା ଦେଇଛନ୍ତି। 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇଜର କଣ୍ଟେନର ଗାଡିକୁ ଜବତ କରିଥିବା ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *