କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦୋଳ ବଜାରରେ ମା ଗଜଲକ୍ଷ୍ମୀ ପୂଜା ଶାନ୍ତି ଓ ଭକ୍ତିର ଏକ ଅନନ୍ୟ ଉଦାହରଣ । ନିର୍ବିଘ୍ନ ଓ ଶୃଙ୍ଖଳିତ ଭାବରେ ପାଳନ ହେଉଛି ଏହି ଗଣପର୍ବ, ଯାହା ୧୯୯୫ ମସିହାଠାରୁ ଚାଲି ଆସୁଛି । ବଜାର ଭିତରେ ମାଙ୍କ ଦେବାଳୟ ପାଖରେ ଆଲୋକ ସଜା ଓ ଭକ୍ତ ଭିଡ଼ରେ ଚନ୍ଦୋଳ ବଜାର ଉତ୍ସବମୟ ।ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଶାନ୍ତି କମିଟିର ସଦସ୍ୟ ମାନଙ୍କ ଅକ୍ଲାନ୍ତ ପ୍ରୟାସରେ ପୂଜା ଅନୁଷ୍ଠିତ ହେଉଛି। ଶାନ୍ତି, ଭକ୍ତି ଓ ଏକତାର ଏହି ଉତ୍ସବରେ ଜାତି ଓ ଭେଦଭାବ ଭୁଲି ସମସ୍ତେ ଏକଜୁଟ ହୋଇ ଅଂଶଗ୍ରହଣ କରୁଛନ୍ତି । ଚନ୍ଦୋଳ ବଜାରର ମା ଗଜଲକ୍ଷ୍ମୀ ପୂଜା କେବଳ ଧାର୍ମିକ ଉତ୍ସବ ନୁହେଁ ଏହା ହେଉଛି ଶାନ୍ତି, ଏକତା ଓ ସଂସ୍କୃତିର ପରିଚୟ । ଏହି ପରମ୍ପରା ଆଗାମୀ ବର୍ଷମାନଙ୍କରେ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି ।
କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦୋଳ ବଜାରରେ ମା ଗଜଲକ୍ଷ୍ମୀ ପୂଜା : ଶାନ୍ତି ଓ ଭକ୍ତିର ଏକ ଅନନ୍ୟ ଉଦାହରଣ !!!

