ବାଙ୍କୀ କମଳା ମଣ୍ଡପ ରେ ମା ଚର୍ଚ୍ଚିକା CSC ସୋସାଇଟି ପକ୍ଷରୁ ଏକ କର୍ମଶାଳା ଓ ବନ୍ଧୁମିଳନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ କମଳା ମଣ୍ଡପ ରେ ମା ଚର୍ଚ୍ଚିକା CSC ସୋସାଇଟି ପକ୍ଷରୁ ଏକ କର୍ମଶାଳା ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମଦନ ମୋହନ ରାଉତ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ! ସେହିପରି ବାଙ୍କୀ ବିକାଶ ମଞ୍ଚର ସଭାପତି ତଥା ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜନ ସେବା କେନ୍ଦ୍ର ର ଉପକାରିତା ବିଷୟରେ ବିସ୍ତୃତ ଆଲୋଚନା କରିବା ସହିତ ସାଧାରଣ ଲୋକେ କିଭଳି ଏହାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ନ ହୁଅନ୍ତୁ ସେ ଦିଗରେ ଦୃଷ୍ଟି ଦେବାକୁ ସମସ୍ତ CSC ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ଆଗାମୀ ଦିନରେ ବିକଶିତ ଦେଶ ଓ ବିକଶିତ ରାଜ୍ୟ ଗଠନ କରିବାରେ ନିଶ୍ଚୟ ସହାୟକ ହେବ ବୋଲି ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା ତାଙ୍କ ବକ୍ତବ୍ୟ ରେ କହିଥିଲେ ! ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଜ୍ୟୋତି ମୋହନ ଗଡନାୟକ, ଅରବିନ୍ଦ ବିରବର ଶ୍ରୀଚନ୍ଦନ ଏବଂ ମା ଚର୍ଚ୍ଚିକା CSC ସୋସାଇଟି ସଭାପତି ସଂଗ୍ରାମ ପଟ୍ଟନାୟକ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *