ନୃସିଂହନାଥ ରେ ବିଶ୍ବ ଖାଦ୍ୟ ଦିବସ ଉଦଯାପିତ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଅହିଂସା କ୍ଲବ ,ରାଇଜ ଏଗେନଷ୍ଟ ହଙ୍ଗର ଇଣ୍ଡିଆ ତଥା ସହଯୋଗୀ ଅନୁଷ୍ଠାନ ଆର.ସି. ଡିଶି,ନିର୍ମାଣ, ଭିତ୍ତିଭୂମି, ପ୍ରଗତି କୋରାପୁଟ, ଆସ୍ଥା, କ୍ରପ ଫର୍ ଏଚ.ଡି ଓ ଓଡ଼ିଶା ବିହନ ସୁରକ୍ଷା ମଞ୍ଚ ତରଫରୁ ମର୍ଯ୍ୟାର କେଶରୀ ଧର୍ମଶାଳା ନୃସିଂହନାଥ ଠାରେଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବିଶ୍ଵ ଖାଦ୍ୟ ଦିବସ ଗୁରୁବାର ଉଦଯାପନ ହୋଇଯାଇଛି । ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁମିତ ପାଲ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ସାବରମତୀ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସଂସଦ ପ୍ରଭାତ ସିଂ, ପ୍ରଶାନ୍ତ ମହାନ୍ତି, ଲାବନ୍ୟା ଜି , ପ୍ରଶାନ୍ତ ପରିଡ଼ା, ଅଭିଷେକ ପ୍ରଧାନ ,ରାଜକୁମାର ଶେଠ୍ , ହଟ କିଶୋର ବେହେରା (ନାବାର୍ଡ ଡି. ଡି. ଏମ ବରଗଡ଼ ) ଲୋଚନ ଚନ୍ଦ୍ର ମାଝୀ (ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ,ବରଗଡ଼),ନୃସିଂହ ଚରଣ ବାରିକ (କେ.ଭି.କେ ବରଗଡ଼) ସୋମନାଥ ମହାପାତ୍ର (ବ୍ଲକ କୃଷି ଅଧିକାରୀ ପାଇକମାଳ),ସମ୍ଭୁ ସାହୁ (ଆର.ସି .ଡି.ସି), ଟିକେନ୍ଦ୍ର ଜାଲ, ପ୍ରକୁତି ବନ୍ଧୁ ବଡ ଶତପଥି,ପ୍ରଭୃତି ସଭାରେ ଉପସ୍ଥିତ ଥିଲେ । ଗାଁ ଗାଁ ରୁ ଚାଷୀ ମାନେ ଶାଗ, କନ୍ଦା,ମାଣ୍ଡିଆ ପିଠା, କୋଦୋ ପିଠା, ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତ କରି ଖାଦ୍ୟ ପ୍ରଦର୍ଶନ କରିଥିଲେ ।ଶିବ ପ୍ରସାଦ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ, ମାର୍ଯ୍ୟାର କେଶରୀ କୃଷକ ଉତ୍ପାଦକ କମ୍ପାନୀ ଲିଃ ର ମେନେଜିଂ ଡାଇରେକ୍ଟର ନୀଳମଣି ପୁରୋହିତ ଓ ସି. ଇ.ଓ ଯମୁନା ବାଗ ସହଯୋଗ କରିଥିଲେ । ଏହି ବିଶ୍ବ ଖାଦ୍ୟ ଦିବସ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଜଙ୍ଗଲ ଜାତ ଖାଦ୍ୟ ଦ୍ରବ୍ୟ ଉପରେ ସଚେତନ କରିବା, ଲୋକଙ୍କୁ ବିଷ ମୁକ୍ତ ଖାଦ୍ୟ ଯୋଗାଇବା , ସୁସ୍ଥ ସମାଜ ସୁସ୍ଥ ପରିବେଶ ଗଠନ କରିବା ଦିଗରେ ଲୋକଙ୍କୁ ସଚେତନ କରିବା । ଏହି ଅବସରରେ ସୀତାରାମ ମାଝୀ, ପଙ୍କଜ ଭୋଇ, ଭୁକେଶ ମାଝୀ, ହରିହର ଧରୁଆ ସାଧୁ ମଲ୍ଲିକ ଉପେନ୍ଦ୍ର ପଟେଲ, ରାଜେନ୍ଦ୍ର ମଟାରି ଙ୍କୁ ଖାଦ୍ୟ ବିର ଭାବରେ ସମ୍ମାନିତ କରାଯାଇଥିଲା, ତପସ୍ଵିନୀ ସାହୁ, ମାଳତୀ ନାଗ ଓ କୌଶଲ୍ୟା ଭୁଏଙ୍କୁ ଖାଦ୍ୟ ବିରା ଭାବରେ ସମ୍ମାନିତ କରାଯାଇଥିଲା ।ଶେଷରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଶିବ ପ୍ରସାଦ ଭୋଇ ସମସଙ୍କୁ ଧନ୍ୟବାଦ ଦେଇ ଥିଲେ !

Leave a Reply

Your email address will not be published. Required fields are marked *