ଭସାଣୀ ଉତ୍ସବ ରେ ଅଘୋରି ନୃତ୍ୟରେ କମ୍ପିଲା ରାଜରାସ୍ତା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଧରା ପୃଷ୍ଠରୁ ବିଦାୟ ନେଲେ ମା ଅନ୍ନଦାତ୍ରୀ l ଭସାଣୀ ଉତ୍ସବ ରେ ଅଘୋରି ନୃତ୍ୟରେ କମ୍ପିଲା ମୀରା ବଜାର ମହାଲକ୍ଷ୍ମୀ ପୂଜା କମିଟି l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ରେ ମହା ସମାରୋହରେ ମହାଲକ୍ଷ୍ମୀ ଙ୍କୁ ଭସାଣୀ ଉତ୍ସବ ରେ ବିଦାୟ ଦିଆଯାଇଥିଲା l ଏହି ଭସାଣୀ ଉତ୍ସବ ରେ ୯ ଗୋଟି ପୂଜା କମିଟି ଗୁଡିକ ଭସାଣୀ ଉତ୍ସବ ରେ ବିଭିନ୍ନ ପ୍ରକାର ବାଜା ବଜାଇ ମା ଙ୍କୁ ବିଦାୟୀ ଦେଇଥିଲେ l ଏହି ପୂଜା କମିଟି ଗୁଡିକ ହେଲା ମୀରା ବଜାର ମହାଲକ୍ଷ୍ମୀ ପୂଜା କମିଟି ନୂତନ ପାଟଣା ସତ୍ୟସାଇ ପୂଜା କମିଟି ନୂତନ ପାଟଣା (କ) (ଖ)(ଗ) ତିନି ଗୋଟି ପୂଜା କମିଟି,ବନମାଳୀପୁର (କ) (ଖ) ଦୁଇଟି ପୂଜା କମିଟି,କଳ୍ପନା ବଜାର ପୂଜା କମିଟି,ଲକ୍ଷ୍ମୀ ବଜାର ପୂଜା କମିଟି,ବସଷ୍ଟାଣ୍ଡ ପୂଜା କମିଟି କେବଳ DJ ବଜାଇ ଭସାଣୀ କରିଥିବା ବେଳେ ଅନ୍ୟ ସବୁ ପୂଜା କମିଟି ଗୁଡିକ ବ୍ୟାଣ୍ଡ ବାଜା ବଜାଇ ଭସାଣୀ ଉତ୍ସବ କରିଥିଲେ l ଏହି ଭସାଣୀ ଉତ୍ସବ ରେ ମୀରା ବଜାର ଲକ୍ଷ୍ମୀ ପୂଜା କମିଟି ତରଫରୁ ଅଘୋରୀ ନୃତ୍ୟ ବେଶ୍ ଆକର୍ଷଣ ଥିଲା ଓ ତାହା ସହିତ ଗରିଲା ମଧ୍ୟ ଆଉ ଏକ ପ୍ରକାର ଆକର୍ଷଣ ଥିଲା ଏହି ଅଘୋରି ନୃତ୍ୟ ଦେଖିବାକୁ ବହୁ ଦୂରଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଆସି ଅଘୋରି ନୃତ୍ୟ ଦେଖି ଖୁସି ମନାଇ ଥିଲେ l ଏହି ଅଘୋରୀ ନୃତ୍ୟ ସାଥୀ କୁ ବିଭିନ୍ନ ପ୍ରକାର ରଙ୍ଗୀନ ଡିଜିଟାଲ ଲାଇଟ ରାତିର ଦୃଶ୍ୟକୁ ଅତି ରଞ୍ଜିତା କରିଥିଲା ଏହି ଭସାଣୀ ଉତ୍ସବ ର ଗେଟଅପ ଅତି ସୁନ୍ଦର୍ ଥିବାରୁ ଲୋକ ମାନେ ମିରବଜାର ଭସାଣୀ ଶେଷ ପର୍ଯ୍ୟନ୍ତ ରହି ଭସାଣୀ ଉତ୍ସବ କୁ ଉପଭୋଗ କରିଥିଲେ i ଏହି ଭସାଣୀ ଉତ୍ସବ ରେ ମୀରା ବଜାର ମହାଲକ୍ଷ୍ମୀ ପୂଜା କମିଟି ସଭାପତି ସନ୍ତୋଷ କୁମାର ମହାପାତ୍ର,କମିଟି ଉପଦେଷ୍ଟା ନିରୋଦ କୁମାର ମିଶ୍ର,ସମ୍ପାଦକ ବିଜୟ କୁମାର ବେହେରା,ଉପସଭାପତି ମନୋରଞ୍ଜନ ସାହୁ, ପ୍ରଦୀପ କୁମାର ଦାସ ଓ ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *