ଦୀର୍ଘ ବର୍ଷ ସମସ୍ତ ବ୍ୟବସ୍ଥାରେ ଅବହେଳିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଦୀର୍ଘ ବର୍ଷ ହେବ ବିଭିନ୍ନ ସରକାର ଓ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ଦୁଆରl ପ୍ରତାରିତ ହୋଇଆସୁଥିବା ଅଂଚଳ ବାସି ପ୍ରକାଶ କରିଥିଲେ l କୌଣସି ଗ୍ରାମରେ ପାନୀୟ ଜଳ, ଗମନା ଗୋମନ, ସ୍ୱାସ୍ଥ୍ୟ ସେବା, ଶିକ୍ଷା କ୍ଷେତ୍ରରେ ବଞ୍ଚିତ ହୋଇଥିବା ଅବିଯୋଗ କରିଥିଲେ l ଏହି ଅଂଚଳ ରେ କିଛି ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଲେ ପ୍ରାୟ 10 କିଲୋମିଟର ଯିବାକୁ ପଡୁଛି ଏହାଠୁ ବଡ଼ ଦୁଖଃଦ କଥା ଯେତେବେଳେ କୌଣସି ଲୋକଙ୍କୁ ରାତ୍ର ରେ ରୋଗ ହେଲେ ସେମାନେ ନ ଯାଇପାରି ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ଏପରିକି କିଛି l ଲୋକଙ୍କ ପ୍ରାଣ ମଧ୍ୟ୍ୟ ଚାଲିଯାଇଥିବା ପ୍ରକାଶ କରିଥିଲେ l ସେହିପରି ପ୍ରତ୍ୟକ ଗ୍ରାମକୁ ଯାତାୟାତ କରିବା ପାଇଁ ରାସ୍ତା ନ ଥିବା ଏପରି କି ସାରକାରଙ୍କ ଯୋଜନା ଥିଲେ ମଧ୍ୟ୍ୟ ବ୍ଲକ କିମ୍ବା ପଞ୍ଚାୟତ ପକ୍ଷରୁ କୌଣସି ସୁବିଧା କରାଯାଉନି ବୋଲି ଅଭିଯୋଗ କରିଥିଲେ l ସୁଧ ପାନୀୟ ଜଳ ପାଇବା ଠାରୁ ବଞ୍ଚିତ ହେବା ସହ ବିଶୁଦ୍ଧ ପାଣି ପିଇ ଅନେକ ଲୋକ ବିଭିନ୍ନ ରୋଗରେ ପୀଡିତ ହୋଉଥିବା ଅଭିଯୋଗ କରିଥିଲେ l ଅତି ଶୀଘ୍ର ଏହି ଅଂଚଳ ରେ ଏସବୁ ମୌଳିକ ସୁବିଧା କରାଯାଉ ବୋଲି ଦାବି କରିବା ସହ ଏକ ସ୍ୱାସ୍ଥ୍ୟ ଶିବିର କରାଯାଉ ବୋଲି ଅନୁରୋଧ କରିଥିଲେ l କିଛି ଗ୍ରାମ ବର୍ତ୍ତମାନ ଦେଖା ଯାଇଥିବା କୋଡୀଙ୍ଗା ମାଳି ଖଣି ଖୋନନ କୁ ନେଇ ତୀବ୍ର ପ୍ରତକ୍ରିୟା ପ୍ରକାଶ କରି ବେଦାନ୍ତ ଖଣି କୁ ନ ଦେବା ପାଇଁ ଦାବି କରିଥିଲେ, ଏହି ବିଷୟ କୁ ନେଇ ଆଗାମୀ ଦିନରେ ରାୟଗଡା ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧ୍ୟସରେ ସ୍ୱାରକ ପତ୍ର ପ୍ରଦାନ କରା ଯିବ ବୋଲି କହିଥିଲେ l ଆଜିର ଏହି ଟ୍ରଷ୍ଟ ର ସମୀକ୍ଷା ବୈଠକ ରେ ଟାମକ ସୀଲଲା, ପଟୋଳଲୋମ୍ଭ, କାନଶୁର, ବାରିପଦା, ଜାମୁଗୁଡା, ବାରରିପଦା, ପାର୍ସଲୀ, କେ ବନେଦେଲି, ପାଞ୍ଚ କୋଡ଼ି ଶିକାପଦର, ତତେବାପଡ଼ ଗ୍ରାମରୁ ଡ଼ଙ୍ଗୋରିଆ ଅନୁସୂଚିତ ଜାତି ଓ ଜନ ଜାତି ଉପସ୍ଥିତ ଥିଲେ l ନିୟୋଗିରି ଟ୍ରଷ୍ଟ ତୋରଫୁ ଶ୍ରୀ ଅଣୁ ବ୍ରତ ବାରା, ସାଧାରଣ ସମ୍ପାଦକ, ବିଶ୍ୱନାଥ ମାଣ୍ଡିକା, ନାଗାରଜୁ, ସୁନୀଲ ପାତ୍ର, ରୋବେର୍ଟ ଯାନୀ ଓ ନର ସିଂ ବିଶୋଇ ପ୍ରମୁଖ ଏହି ସମସ୍ତ ବିଷୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ !

 

Leave a Reply

Your email address will not be published. Required fields are marked *