ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଚୁଡଙ୍ଗଗଡ଼ ବାରଙ୍ଗ ମହୋତ୍ସବ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି ! ଆସନ୍ତା ନଭେମ୍ବର ମାସ ପାଞ୍ଚ ତାରିଖରୁ ନ ତାରିଖ ଯାଏଁ ପାଞ୍ଚ ଦିନ ଧରି ଆୟୋଜିତ ହେବ ଚୁଡଙ୍ଗଗଡ଼ ବାରଙ୍ଗ ମହୋତ୍ସବ ! ବାରଙ୍ଗ ମେଡିକାଲ ଛକ ଆରୋରା ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ! ଚଳିତ ବର୍ଷ ମହୋତ୍ସବର ବିଭିନ୍ନ ଦିନରେ ରାଜନୈତିକ ବ୍ୟକ୍ତି ବିଶେଷ , ସାମାଜିକ କର୍ମୀ , ଐତିହାସିକ , ଦାର୍ଶନିକ , ଶିକ୍ଷାବିତ , ସାହିତ୍ୟିକ , କଳାକାର ଅତିଥି ରୂପେ ଯୋଗ ଦେବାପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ! ଅଖଣ୍ଡ ବାରଙ୍ଗର ଉଣିଶ ଗୋଟି ପଂଚାୟତରେ ଅବସ୍ଥିତ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ !
ଚୁଡଙ୍ଗଗଡ଼ ବାରଙ୍ଗ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି !!!

