ତାଳବସ୍ତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୬୨ ତମ ବାର୍ଷିକ ଉତ୍ସବ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଞ୍ଚାୟତର ପୁରାତନ ଶିକ୍ଷା ଅନୁଷ୍ଠାନ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର 62 ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଆଜି ଅନୁଷ୍ଠିତ ହୋଇଯାଇଛି | ମାନ୍ୟବର ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟଅତିଥି, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବାଙ୍କୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ, ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ , କୁସୁପଙ୍ଗି ସରପଞ୍ଚ ନରେଶ ବେଉରା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ସର୍ବପ୍ରଥମେ କେବଳ ପାଠରେ ଭଲ କଲେ ହେବନି, ଉଭୟ ପାଠ ଓ କର୍ତ୍ତବ୍ୟ ସାଧନାରେ ନିଷ୍ଠ|ର ସହିତ କାର୍ଯ୍ୟ ସମ୍ପାଦନା କରିବା ପାଇଁ ପରାମର୍ଶ ଦେଇଥିଲେ | ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ପାଣି ସ୍ବାଗତ ଭାଷଣ ଦେବା ସହିତ ଆୟୋଜିତ ସଭାର ସଭାପତିତ୍ୟୁ କରିଥିଲେ | ଶିକ୍ଷକ ମାନସ କୁମାର ନନ୍ଦ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ | ବିଦ୍ୟାଳୟର ଶୁଭେଚ୍ଛୁ ଉପଦେଷ୍ଟାମଣ୍ଡଳୀ ସାମାଜିକ କର୍ମୀ ସୁଧାଂଶୁ ଶେଖର ନାୟକ, ନାଏବ ସରପଞ୍ଚ ଗଦାଧର ବସ୍ତି, ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା ଉପସ୍ଥିତ ରହିଥିଲେ |କ୍ରୀଡା, ସୃଜନୀ ଓ ନୃତ୍ୟର ବିଜେତାମାନଙ୍କୁ ଅତିଥି ମାନେ ଟ୍ରଫି ପ୍ରଶଂସାପତ୍ର ଦେଇ ପୁରସ୍କୃତ କରିଥିଲେ | ବିଦ୍ୟାଳୟର ମୁଖପତ୍ର” ଆମ୍ରପଲ୍ଲୀ “କୁ ମୁଖ୍ୟଅତିଥି କବି ପ୍ରଶନ୍ନ ପାଟ୍ଟଶାଣୀ ଉନ୍ମୋଚନ କରି ଓଡ଼ିଶାରେ ବାଙ୍କୀର କଳା, ସାହିତ୍ୟ ଓ ସଂସ୍କୃତି କିପରି ପ୍ରଭାବ ପକାଇଛି ତାହା ନିଜ ବକ୍ତବ୍ୟରେ କହିବା ସହିତ ବିଦ୍ୟାଳୟର ସୁସ୍ଥ ସବୁଜ ପରିବେଶକୁ ଉଚ୍ଚ ପ୍ରଶଂସା କରିଥିଲେ | ଶିକ୍ଷାବିତ ମନୋଜ ରାଉତଙ୍କ ରଚିତ ଓ ବାବୁଲି ରଣାଙ୍କ ନିର୍ଦ୍ଦେଶିତ ସାମାଜିକ ନାଟକ “ମୁକ୍ତି ମଶାଲ ” ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ହୋଇଥିଲା | ବିଦ୍ୟାଳୟ ପରିଚାଳନା କମିଟି, ସମସ୍ତ ଅଭିଭାବକ, ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ବାର୍ଷିକ ଉତ୍ସବଟି ସଫଳତାର ସହ ଶେଷ ହୋଇଛି|

Leave a Reply

Your email address will not be published. Required fields are marked *