ଯୌତୁକ ନିର୍ଯାତନା ରେ ବୋହୁ କୁ ଜୀବନରେ ମାରି ଦେଲେ : ଅଭିଯୋଗ ଆଣିଲେ ପରିବାର ଲୋକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟଙ୍କା କେଇଟା ପାଇଁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ବୋହୁ କୁ ଜୀବନରେ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି କନ୍ୟା ପିତା. ଘଟଣାରୁ ପ୍ରକାଶ ଯେ ପ୍ରାୟ ୫ ବର୍ଷ ପୂର୍ବେ ଟାଙ୍ଗୀ ଥାନା ପାରିଓରଡ଼ ଗ୍ରାମର ବୈକୁଣ୍ଠ ସାହୁ ଙ୍କ ସାନ ଝିଅ ଜ୍ୟୋଷ୍ନା ସାହୁ, ନାଚୁଣୀ ଥାନା ବଉଳାବନ୍ଧ ଗ୍ରାମର ମୃତ ପଦ୍ମସାହୁ ଙ୍କ ବଡ଼ ପୁଅ ହରି ସାହୁ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ ଏବଂ ବାହାଘର ସମୟରେ ଶଶୁର ଘର ଦାବି ମୁତାବକ କନ୍ୟା ପକ୍ଷ ରୁ ଏକ ଲକ୍ଷ ଟଙ୍କା ନଗଦ ଏବଂ ୫୦ ଗ୍ରାମର ସୁନା ଅଳଙ୍କାର ସମେତ ସମସ୍ତ ଯୈାତୁକ ସାମଗ୍ରୀ ପ୍ରଦାନ କରିଥିଲେ. ବିବାହ ର କିଛି ଦିନ ଭଲରେ କଟିଥିଲା  ହରି ଏବଂ ଜ୍ୟୋସ୍ନା ଙ୍କ ର ଦୁଇଟି ସନ୍ତାନ ମଧ୍ୟରୁ ବଡ଼ ଝିଅକୁ ୩ ବର୍ଷ ଏବଂ ସାନ ପୁଅ କୁ ୧ ବର୍ଷ ହୋଇ ଥିବା ବେଳେ ଶାଶୁ ଘର ଲୋକ ଅଧିକ ୨ଲକ୍ଷ୍ୟ ଟଙ୍କା ଯୌତୁକ ଆଣିବାପାଇଁ ଜ୍ୟୋଷ୍ନା କୁ  ଚାପ ପକାଇ ନିର୍ଯ୍ୟାତନା ଦେଉଥିଲେ । ହରି ବିଭିନ୍ନ ସମୟରେ  ପତ୍ନୀ ଜ୍ୟୋଷ୍ନା ଙ୍କୁ ମାରଧର କରିବା ସହ ଗାଳି ଗୁଲଜ କରନ୍ତି । ନିର୍ଯ୍ୟାତନା  କଥା ଜ୍ୟୋସ୍ନା ବାପଘର କୁ ଜଣାଉଥିଲେ ମଧ୍ୟ ବାପଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେମାନେ ଅଧିକ ଯୌତୁକ ଦେବାକୁ ସକ୍ଷମ ନ ଥିବା ରୁ ଜ୍ୟୋଷ୍ନା ବାଧ୍ୟ ହୋଇ ସମସ୍ତ ନିର୍ଯାତନା ସହି ଯାଉଥିଲେ । ଗତ ୭ ଦିନ ହେବ ଜ୍ୟୋସ୍ନା ଙ୍କୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ଅକଥ ନିୟ ଅତ୍ୟାଚାର କରି ଯୌତୁକ ଟଙ୍କା ନ ଆଣିଲେ ଜୀବନ ରେ ମାରିଦେବାକୁ ଧମକ ଦେଉଥିଲେ ଏପରି ସ୍ଥିତିରେ ସୋମବାର ଦିନ ଜ୍ୟୋଷ୍ନା ମରିଯାଇଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଜ୍ୟୋଷ୍ନା ଙ୍କ ବାପଘର ଲୋକେ ହରି ସାହୁ ଙ୍କ ଘରେ ପହଞ୍ଚି  ଜ୍ୟୋଷ୍ନା ଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଶଶୁର ଘର ଲୋକେ ଯୌତୁକ ପାଇଁ ଜ୍ୟୋଷ୍ନା କୁ  ଜୀବନରେ ମାରିଦେଇଥିବା ଜ୍ୟୋଷ୍ନାଙ୍କ ବାପା ବୈକୁଣ୍ଠ ସାହୁ ନାଚୁଣୀ ଥାନାରେ ଜ୍ୱାଇଁ ହରି ସାହୁ, ଦିଅର ଦେବ ସାହୁ (୩୦),ଯା ପୂଜା ସାହୁ (୨୮)ବର୍ଷ, ନଣନ୍ଦ ରିତା ସାହୁ (୩୨) ବର୍ଷ ଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଚଳାଇବା ସହ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି. ଜ୍ୟୋସ୍ନା ଙ୍କ ମୃତ୍ୟୁ ର ତଦନ୍ତ  କରି  ଅଭିଯୁକ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା କହିଛନ୍ତି. ତେବେ ଜ୍ୟୋସ୍ନା ଙ୍କ ଶାଶୁ ଛବି ଙ୍କୁ ତଦନ୍ତ ପାଇଁ ପୋଲିସ ଅଟକ ରଖି ଥିବା ବେଳେ ସ୍ୱାମୀ, ଫେରାର ଅଛନ୍ତି।

Leave a Reply

Your email address will not be published. Required fields are marked *