ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ-ଗଜପତି,ପାରଳାଖେମୁଣ୍ଡି ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ତା:୧୧.୦୨.୨୦୨୬ରିଖ ବୁଧବାର ଦିନ ଅନୁଷ୍ଠିତ ହୋଇଛି। ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତିରୁ ମୋଟ ୩୫ ଜଣ ମହିଳା ତାଲିମ ନେଲେ । ଉଦଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା,ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି,ଗଜପତି ଜିଲ୍ଲା ଯୋଗ ଦେଇଥିଲେ | ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ଵ କରିଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ଓ ସଂମାନିତ ଅତିଥି ମାନଙ୍କୁ କରତାଳି ଦେଇ ଆସନ ଗ୍ରହଣ ଦିଆଗଲା| ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜଗାରୀକ୍ଷମ ମହିଳା ସିଲେଇ ଉଦ୍ୟୋଗୀ ହୋଇପାରିବେ ତାହା ବୁଝା ଯାଇ ଥିଲା ଏବଂ “ମହିଳା ସିଲେଇ ଶିକ୍ଷା ପ୍ରମାଣ ପତ୍ର” ମଧ୍ୟ ବଣ୍ଟନ କରାଯାଇ ଥିଲା l ଏହି ସଭାରେ ଅନୁଷ୍ଠାନର ମହିଳା ସିଲେଇ ପ୍ରଶିକ୍ଷିକା ଶ୍ରୀମତୀ ଏ.ଵାଲାମଣି ଆଚାରୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l
ମହିଳା ମାନଙ୍କୁ ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ !!!

