ଅନଲାଇନ୍ ବେଟିଂ ରାକେଟ୍ ବିରୋଧରେ ରାଉରକେଲା ପୋଲିସର ଚଢ଼ାଉ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଗୁପ୍ତ ସୂଚନା ଆଧାରରେ ବିଭିନ୍ନ ଥାନା ପକ୍ଷରୁ ଏକକାଳୀନ ସଂଗଠିତ ଅନଲାଇନ୍ ବେଟିଂ ରାକେଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଉରକେଲା ପ୍ଲାଣ୍ଟ ସାଇଡ ଥାନା , ଉଦିତ ନଗର ଥାନା , ବନ୍ଧମୁଣ୍ଡା ଥାନା ଏବଂ ରଘୁନାଥପାଲ୍ଲୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଏକାଧିକ ଟିମ୍ ଦ୍ୱାରା ଚଢ଼ାଉ କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରେ ସେମାନଙ୍କର ‘ ବେନାମୀ ଆକାଉଣ୍ଟ’ ପ୍ରଦାନକାରୀ ଏବଂ ହାୱାଲା ଅପେରେଟରମାନଙ୍କ ସହ ନେଟୱର୍କ ଥିବା ତଥ୍ୟ ମିଳିଛି। ଏହା ମାଧ୍ୟମରେ ଅବୈଧ ଟଙ୍କା ଆଦାନ ପ୍ରଦାନ କରାଯାଉଥିବା ପ୍ରମାଣ ମିଳିଛି । ଏପର୍ଯ୍ୟନ୍ତ ୨୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଅନ୍ୟାନ୍ୟ ଆର୍ଥିକ କାରବାର, ବ୍ୟାଙ୍କ ଖାତା ଏବଂ ଡିଜିଟାଲ ତଥ୍ୟ ସମ୍ପର୍କରେ ତଦନ୍ତ ଚାଲିଛି । ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅନ୍ୟାନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ଚଢ଼ାଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *