ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା -୨୦୨୬ ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଯାଇଛି। ଉକ୍ତ ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ପୌରପରିଷଦ ପାରଳାଖେମୁଣ୍ଡି ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧାରାଣୀ , ସାଂସଦ ପ୍ରତିନିଧି ଶ୍ରୀ ଡି.ରାଜେଶ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ଡିପିଏମ, ଓଏଲଏମ ମିଶନ ଶକ୍ତି ଶ୍ରୀ ଟିମନ ବାରା ପ୍ରମୁଖ ମଞ୍ଚାସୀନ ଥିଲେ।
ଉକ୍ତ ମେଳକୁ ଉଦ୍ଘାଟନ କରିବା ସହ ସମସ୍ତ ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ କହିଥିଲେ, ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ , ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ , ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି। ଶକ୍ତିକୁ ସମ୍ମାନ ଜଣାଇ ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାରେ ଆୟୋଜନ କରୁଛି “ସୁଭଦ୍ରା ଶକ୍ତି ମେଳା । ‘ସୁଭଦ୍ରା ଶକ୍ତି ମେଳା’ ଓଡ଼ିଶାର ମା’ଭଉଣୀମାନଙ୍କ ରହିଥିବା ପ୍ରତିଭା, ଦକ୍ଷତା ଓ ଉଦ୍ୟମର ଦିଗଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଜଣେ ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେବେ , ସରକାର ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
ଆଜି ୧୮ ତାରିଖ ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଏହି “ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୧୦୦ରୁ ଉର୍ଦ୍ଧ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ କରିବେ। ଏହି ମେଳାରେ ୧୫୦ ରୁ ଉର୍ଦ୍ଧ ଷ୍ଟୋଲ୍ ଖୋଲାଯାଇ ଗଜପତି ଜିଲ୍ଲା ସମେତ ସମ୍ବଲପୁରି ବାନ୍ଧକଳା , ସମ୍ବଲପୁରି ପାରମ୍ପରିକ ଅଳଙ୍କାର , ହସ୍ତଶିଳ୍ପ – ବାଉଁଶ ଓ କାଠ କାରିଗରି , ଟେରାକୋଟା , ମିଲେଟ୍ , କଳାଜିରା ଚାଉଳ , ରସତଲା ମିଠା, କୋଶଳ ସାବୁନ, ସ୍ଥାନୀୟ ମହିଳା ପ୍ରସ୍ତୁତ କରିଥିବା ଅଗରବତୀ, ଆୟୁର୍ବେଦିକ ମେଡିସିନ୍ ଆଦି ବିଶେଷ ଦ୍ରବ୍ୟ ବିକ୍ରି କରାଯିବା ସହ ବିଭିନ୍ନ ଜିନିଷର ପ୍ରସ୍ତୁତି ଠାରୁ ଆରମ୍ଭ କରି ପେକେଜିଂ ପ୍ରକ୍ରିୟା ଲାଇଭ୍ ଡେମୋ ପ୍ରଦର୍ଶନ କରାଯିବ ।
ଏହି ମେଳା କେବଳ କ୍ରୟ ବିକ୍ରୟ’ର ମଞ୍ଚ ନୁହେଁ , ବରଂ ମା , ଭଉଣୀ ମାନଙ୍କର ଆତ୍ମବିଶ୍ଵାସ , ସଫଳତା ଓ ସାମାଜିକ ସଶକ୍ତିକରଣର ଏକ ଉଜ୍ଜ୍ଵଳ ପ୍ରତୀକ। ଏହି ମେଳାରେ ବିବିଧ ହସ୍ତତନ୍ତ , ହସ୍ତଶିଳ୍ପ , ଖାଦ୍ୟ ଓ ଅଣ କାଷ୍ଠ ଜଙ୍ଗଲ ଉତ୍ପାଦ ପ୍ରଦର୍ଶିତ ହୋଇଛି। ପରିଦର୍ଶକ ଅତିଥିମାନେ ଏଠାରେ ଲୁଗାପଟା , ଖାଦ୍ୟଶସ୍ୟ , ଗୃହ ସାଜସଜ୍ଜା ଓ ଘରକରଣା ଜିନିଷର ଅପୂର୍ବ ସମ୍ଭାର କିଣିପାରିବେ। ଏହା ମହିଳା ଉଦ୍ୟୋଗୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ , ଯେଉଁଠାରେ ସେମାନେ ନିଜର ଉତ୍ପାଦକୁ ବିଶାଳ ବଜାରରେ ପ୍ରଦର୍ଶନ କରି ନୂତନ ଗ୍ରାହକ ଓ ସମ୍ଭାବନାର ଦ୍ଵାର ଖୋଲିବେ।
ଦୀର୍ଘ ୭ ଦିନର ଧରି ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନଙ୍କୁ ମନୋରଞ୍ଜନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । , ଯେଉଁଥିରେ ଦେଖିବାକୁ ମିଳିବ ସ୍ଥାନୀୟ ଲୋକ ନୃତ୍ୟ ସହ ଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ଅଙ୍କିତ ରାଜ , ଅର୍ଚ୍ଚନା ପାଢ଼ୀ , ରୁକୁ ସୁନା , ଆଶିଷ କୁମାର , ବର୍ଣ୍ଣାଳୀ ହୋତା ଏବଂ ଶାଶ୍ଵତ ତ୍ରିପାଠୀଙ୍କ ସଙ୍ଗୀତ ପରିବେଷଣର କରିବେ । ଏତଦ ବ୍ୟତୀତ ପ୍ରଥମଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ଓ ପୋଷାକର ଫ୍ୟାଶନ୍ ସୋ ଆୟୋଜିତ ହେବା ।
ସେହିପରି ଏହି ମେଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ନିଜର ଉତ୍ପାଦକୁ ବୃହତ ବଜାର ସହିତ ସଂଯୋଗ କରି ଆୟ ବୃଦ୍ଧି ଓ ଆତ୍ମନିର୍ଭରତା ଅର୍ଜନ କରିବେ। ଏହା ସେମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବା ସହ “ଲକ୍ଷପତି ଦିଦି” ହେବା ସ୍ଵପ୍ନକୁ ସାକାର କରିବ। ମିଶନ ଶକ୍ତିର ଏହି ପଦକ୍ଷେପ “ବିକଶିତ ଓଡ଼ିଶା ୨୦୩୬” ଓ “ବିକଶିତ ଭାରତ ୨୦୪୭”ର ସ୍ଵପ୍ନକୁ ଆହୁରି ସୁଦୃଢ କରିବ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗା ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *