ଗଜପତିରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି.ଏଲ.ଏସ.ଏ), ଗଜପତି ଦ୍ୱାରା ଗଜପତି ସିଭିଲ କୋର୍ଟ ପରିସରରେ ଏବଂ ଏହି ଜଜଶିପ୍‌ର ଅନ୍ୟାନ୍ୟ ଅଦାଲତ ଯଥା ଆର୍‌. ଉଦୟଗିରି, ମୋହନା ଓ କାଶୀନଗରରେ ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ଲୋକ ଆଦାଲତରେ ଗଜପତି ଜିଲ୍ଲା ଦୌରା ଜଜ ତଥା ଡି.ଏଲ.ଏସ.ଏ, ଗଜପତିଙ୍କ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଅଦାଲତର ନ୍ୟାୟିକ ଅଧିକାରୀମାନେ ନିଜ ନିଜ ଅଦାଲତରେ ଲୋକ ଆଦାଲତ ପରିଚାଳନା କରିଥିଲେ । ଉପସ୍ଥିତ ନ୍ୟାୟିକ ଅଧିକାରୀମାନେ ହେଲେ ଡ଼ଃ ଜୀବନଜ୍ୟୋତି ରଥ, ଜଜ, ପରିବାର ଅଦାଲତ, ଗଜପତି , ଶ୍ରୀ ବିଭୁ ପ୍ରସାଦ ପଣ୍ଡା, ଅତିରିକ୍ତ ଜିଲ୍ଲା ଦୌରା ଜଜ, ଗଜପତି , ଶ୍ରୀମତୀ ସ୍ୱପ୍ନାଶ୍ରୀ ନାୟକ, ସି.ଜେ.ଏମ୍‌, ଗଜପତି , ଶ୍ରୀ ସୁଦାମ ଚରଣ ଦାଶ, ସିଭିଲ ଜଜ (ସିନିୟର ଡିଭିଜନ), ପାରଳାଖେମୁଣ୍ଡି , ଶ୍ରୀ ସତ୍ୟବ୍ରତ ରଣା, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଗଜପତି , ଶ୍ରୀ ବିମଳ ରାଉଳ, ସଚିବ, ଡି.ଏଲ.ଏସ.ଏ, ଗଜପତି , ଶ୍ରୀମତୀ ରଶ୍ମିତା ସାହୁ, ସିଭିଲ ଜଜ, ମହିଳା ଅଦାଲତ, ପାରଳାଖେମୁଣ୍ଡି , ଶ୍ରୀମତୀ ଗାୟତ୍ରୀ ମିଶ୍ର, ଏସ.ଡି.ଜେ.ଏମ୍‌, ପାରଳାଖେମୁଣ୍ଡି , ଶ୍ରୀ ସତ୍ୟଜିତ ପାଣି, ଜେ.ଏମ.ଏଫ.ସି, ପାରଳାଖେମୁଣ୍ଡି , ସୁଶ୍ରୀ ସୌଦାମିନୀ ବିଶ୍ୱାଳ, ସିଭିଲ ଜଜ (ସିନିୟର ଡିଭିଜନ), ଆର୍‌. ଉଦୟଗିରି , ଶ୍ରୀ ସୁବଙ୍କର ମହାନ୍ତି, ଜେ.ଏମ.ଏଫ.ସି, ଆର୍‌. ଉଦୟଗିରି , ଶ୍ରୀ ବିକାଶ କିରଣ ମିଶ୍ର, ଜେ.ଏମ.ଏଫ.ସି, ମୋହନା ଏବଂ ଶ୍ରୀମତୀ ମୋନାଲି ବେହେରା, ଗ୍ରାମ ନ୍ୟାୟାଧିକାରୀ-କମ୍‌-ଜେ.ଏମ.ଏଫ.ସି, କାଶୀନଗର । ଏହି ଜାତୀୟ ଲୋକ ଆଦାଲତରେ ବ୍ୟାଙ୍କ, ଆର.ଟି.ଓ, ଟି.ପି.ଏସ.ଓ.ଡି.ଏଲ୍‌ ଓ ଅନ୍ୟାନ୍ୟ ଷ୍ଟେକ୍‌ହୋଲ୍ଡରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଏହା ସହ ପାରଳାଖେମୁଣ୍ଡି ବାର ଆସୋସିଏସନ୍‌ର ସଭାପତି ଶ୍ରୀ ରାମକୃଷ୍ଣ ନାୟକ, ସଚିବ ଶ୍ରୀ କାଶୀନାଥ ଦାଶ ଓ ବାରର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଲୋକ ଆଦାଲତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଜାତୀୟ ଲୋକ ଆଦାଲତରେ ମୋଟ ୧୮୪୯ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ୧୧୬୬ଟି ମାମଲାର ସମାଧାନ କରାଯାଇଥିଲା। ଏଥିସହ ମୋଟ ୨୮,୭୮,୬୪୮ ଟଙ୍କା ଜରିମାନା ଆଦାୟ / ରିଲିଜ୍‌ କରାଯାଇଛି !

Leave a Reply

Your email address will not be published. Required fields are marked *