ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ତରଫରୁ ବି ସୀତାପୁର ଜ୍ଞାନ କେନ୍ଦ୍ର ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯିବା ସହିତ ଏକ ସଚେତନତା ସଭା ର ଆୟୋଜନ ମଧ୍ୟ କରାଯାଇଥିଲା । ଏହି ଅବସରରେ ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ, ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ସଦସ୍ୟା ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ପୁଷ୍ପାଞ୍ଜଳି ପଣ୍ଡା, ବବିତା ପୁରୋହିତ, ଶ୍ରୀ ରାଜେନ୍ଦ୍ର ରଥ ଯୋଗଦେଇ ପରିବେଶର ସୁରକ୍ଷା ନିମନ୍ତେ ଓ ଭୂମଣ୍ଡଳ ତାପମାତ୍ରା କୁ ନିୟନ୍ତ୍ରଣ କରିବାକୁ ହେଲେ ବୃକ୍ଷ ହିଁ ଆବଶ୍ୟକ ବୋଲି ବୁଝାଇ କହିଥିଲେ । ବୃକ୍ଷ ର ଯତ୍ନ ଓ ସୁରକ୍ଷା ଆମ ସମସ୍ତଙ୍କ ର ଦାୟିତ୍ଵ ତେଣୁ ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନ ପାଇଁ ବୃକ୍ଷ ରୋପଣ କରିବା ସହିତ ତାହାର ଯତ୍ନ ନେବା ପାଇଁ ସମସ୍ତେ ସପଥ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *