କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ବିଶ୍ୱ ରକ୍ତଦାତା ଦିବସ ପାଳିତ l ଆଜି ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ରକ୍ତଦାତା ଦିବସ , କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତଭଣ୍ଡାର ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଚ୍ଛି l ମେଡିକାଲ ସୁପରିଟେଣ୍ଡେଣ୍ଟ ସୁଶାନ୍ତ କୁମାର ସାହୁ ଯୋଗଦେଇ କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ! ଏହି ଅବସରରେ 30 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ , ରକ୍ତଦାତା ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ! କାର୍ଯ୍ୟକ୍ରମକୁ ରକ୍ତଭଣ୍ଡାର ର ଇନଚାର୍ଜ ଡ଼.ମଧୁସୂଦନ ବଳିଆରସିଂ ପରିଚାଳନା କରିଥିବା ବେଳେ ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ବିଶ୍ୱ ରକ୍ତଦାତା ଦିବସ ପାଳିତ !!!

