ବି.ସୀତାପୁର ଅଙ୍ଗନବାଡି କେନ୍ଦ୍ରଠାରେ କିଶୋରୀ ବାଳିକା ମାନଙ୍କୁ ନେଇ ରଜ ପର୍ବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ର କେରଣ୍ଡି ଗ୍ରାମ ପଞ୍ଚାୟତ ର ବି.ସୀତାପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ ରଜ ପର୍ବ ପାଳିତ ହୋଇଯାଇଛି । ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା ! ଏଠାରେ କିଶୋରୀ ବାଳିକା ମାନେ ଦୋଳି ଖେଳ, ପୁଚି, ନାଚ ଗୀତ ରେ ଆନନ୍ଦ ର ସହ ପାଳନ କରିଥିଲେ । ଶେଷରେ ପୋଡ଼ ପୀଠା , ରଜ ମିଠା ପାନ ବଣ୍ଟନ କରାଯାଇଥିଲା ! ସଖୀ ୱାନ ଷ୍ଟପ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ! ସଖୀ ୱାନ ଷ୍ଟପ ର ମଧୁସ୍ମିତା, ସୁନୀତା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ! ଏହି କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ଅଙ୍ଗନବାଡି ସହଯୋଗ କରିଥିଲେ । ସ୍ୱୟଂ ସହାୟକ ମା ମାନେ ଉପସ୍ଥିତ ରହି ରଜ ଉତ୍ସବ ଆନନ୍ଦ ପ୍ରକାଶ କରିବା ସହ ସଂସ୍କୃତି ପରମ୍ପରା କୁ ବଜାୟ ରହି ଥିବାର ଖୁସି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *