ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକ ଜିଲ୍ଲା ବିଜେପି ଗଣମାଧ୍ୟମ ସଦସ୍ୟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କଟକ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ବିଶାଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅବସରରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କଟକ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସୂଚନା ପ୍ରଯୁକ୍ତି ବିଦ୍ୟା ଗଣମାଧ୍ୟମ କାର୍ଯ୍ୟକର୍ତ୍ତାମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଏହି ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଯଶସ୍ୱୀ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେଇଥିଲେ। ସଶକ୍ତ ବିଜେପି, ବିକଶିତ ଓଡ଼ିଶା ଲକ୍ଷ୍ୟରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଏହି ଅବସରରେ କଟକ ଜିଲ୍ଲାର ସଂଯୋଜକ ଅସୀମ ଅମିତାଭ ମହାନ୍ତି ଏବଂ ସହ-ସଂଯୋଜକ ଲଲାଟେନ୍ଦୁ ପ୍ରଧାନ, ବିଶ୍ୱଜିତ ବିଶ୍ୱାଳ, ସଂଜୀବ କୁମାର ସାହୁ, ବିଶ୍ୱ ରଞ୍ଜନ ଦାସ, କପିଲ ମହାନ୍ତି, ସୃତି ମହାନ୍ତି,ଶ୍ୱାସତ ବିଶ୍ୱାଳ, ଅଲେଖ ନାୟକ,ଶୁଭ୍ରମ ବାରିକ ସିପ୍ରା ଗୋସ୍ୱାମୀ ବହୁ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *