ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଦଶପଲ୍ଲା ଥାନା ଅଞ୍ଚଳରେ ଜଣେ ଅଜଣା ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇଛି । ଦଶପଲ୍ଲା ଥାନାରେ ଏନେଇ ଅପମୃତ୍ୟୁ ମାମଲା ନଂ-୨୩ ରୁଜୁ କରାଯାଇ ତଦନ୍ତ ଚାଲିଛି । ପୁଲିସ ସୂଚନା ଅନୁଯାୟୀ, ୧୦ ସେପ୍ଟେମ୍ବର ରାତି ପ୍ରାୟ ୮ଟା ୩୦ରେ ଦଶପଲ୍ଲା ଥାନା ଅଧୀନ ଏନ୍‌ଏଚ୍‌-୫୭ର ମସାଣି ଛକ ନିକଟସ୍ଥ ରଥଗାଁ-ନରସିଂହପୁର ଅଞ୍ଚଳରେ ଜଣେ ଅଜଣା ପୁରୁଷଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରେ ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ ମୃତକଙ୍କ ପରିଚୟ ମିଳିପାରିନଥିଲା। ପରେ ମୃତଦେହକୁ ସୁରକ୍ଷିତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୟାଗଡ଼ର ଶବଗୃହରେ ରଖାଯାଇଛି। ୧୧ ସେପ୍ଟେମ୍ବରରେ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାଥମିକ ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହୋଇଛି l ମୃତକଙ୍କ ପରିଚୟ ସମ୍ପର୍କରେ କାହାରି ସୂଚନା ଥିଲେ ଦଶପଲ୍ଲା ଥାନା ପୋଲିସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *