ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ମିସ୍ ଟିନ୍ ସୁପର ଗ୍ଲୋବରେ ଆୟାନୀ ଆଲିଶା ଆକାଂକ୍ଷାଙ୍କ କମାଲ୍। ନୟାଗଡ଼ ସୁନାଲଟି ଗାଁର ଝିଅ ଆୟାନୀ । ସେ ଚଳିତ ବର୍ଷ ମିସ ଟିନ୍ ସୁପର ଗ୍ଲୋବରେ ନିଜର ପ୍ରତିଭା ଦେଖାଇଛନ୍ତି । ସୁଦୂର ଥାଇଲାଣ୍ଡର ବ୍ୟାଙ୍କକଠାରେ ଆୟୋଜିତ ପ୍ରତିଷ୍ଠିତ ‘ମିସ ଟିନ୍ ସୁପର ଗ୍ଲୋବ’ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ଓଡ଼ିଶା ପାଇଁ ସେ ଗୌରବ ଆଣିଛନ୍ତି । ନୟାଗଡ଼ ସୁନାଲଟି ଗାଁର ଗୋପାଳ ଚନ୍ଦ୍ର ଦଳେଇଙ୍କ ସାନ ଝିଅ ଆୟାନି ଆଲିଶା ଆକାଂକ୍ଷା । ସାର ଏସିଆ ମହାଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଚଳିତ ବର୍ଷ ‘ମିସ ଏସିଆ’ ମୁକୁଟ ପିନ୍ଧି ବା ସହ ଏସି ଆନ୍ ଟପ୍ସର ଅଓ୍ବାର୍ଡ ହାସଲ କରିଛନ୍ତି । ଆୟାନିଙ୍କ ବୟସ ମାତ୍ର ୧୩ ବର୍ଷ । ସେ ବର୍ତ୍ତମାନ ଖୋର୍ଦ୍ଧାରେ ରହି ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ଛୋଟ ବେଳୁ ଗ୍ଲାମର ଦୁନିଆ ପ୍ରତି ତାଙ୍କର ବେଶ୍ ରୁଚି ରହିଥିବା ସେ କହିଛନ୍ତି । ନିଜ ଭଉଣୀଙ୍କଠାରୁ ପ୍ରେରଣା ପାଇ ସେ ଏହି କ୍ଷେତ୍ରରେ ପାଦ ଥାପିଥିବା କହିଛନ୍ତି । କଠିନ ପରିଶ୍ରମ ଓ ଜିଦ୍ ଆଜି ତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସେ କହିଛନ୍ତି । ବ୍ୟାଙ୍କକରେ ଆୟୋଜିତ ଏହି ମେଗା ଇଭେଣ୍ଟରେ ସାରା ଏସିଆ ମହାଦେଶର ବିଭିନ୍ନ ଦେଶରୁ ଶ୍ରେଷ୍ଠ ୩୦ ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡରେ ସାମିଲ ମିଲ ହୋଇଥିଲେ ସେଥିରେ ସେ ସାମିଲ ଥିଲେ । ଓଡ଼ିଶାର ମାତ୍ର ଦୁଇ ଜଣ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆୟାନି ସମସ୍ତ ସମସ୍ତଙ୍କୁ ପଛରେ ପକାଇ ‘ଏମ୍ ଟି ଏସ ଜି ଏସିଆନ୍ ୨୦୨୬’ ଅଓ୍ବାର୍ଡ ଏବଂ ‘ଆକିଉ ରନ୍ ମିସ୍ ଟିମ୍ ସୁପର ଆଓ୍ବାର୍ଡ଼’ ଜିତିଥିବା ସେ କହିଛନ୍ତି । ଆଗକୁ ଗ୍ଲାମର ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ଆଶା ରଖିଥିବା କହିଛନ୍ତି । ଝିଅର ସଫଳତା ପାଇଁ ବାପା ମାଆ ଖୁସି ପ୍ରକାଶ କରିଛନ୍ତି । ଆୟାନି ଆଲିଶା ଆକାଂକ୍ଷାଙ୍କ ବାପା ଗୋପାଳ ଚନ୍ଦ୍ର ଦଳେଇ ନୟାଗଡ଼ର ଏକ ଘରୋଇ କଲେଜର କର୍ମଚାରୀ ଥିବା ବେଳେ ମାଆ କଳ୍ପନା ମଞ୍ଜରୀ ଦଳେଇ ଗୃହିଣୀ ଅଟନ୍ତି ।
ମିସ୍ ଟିନ୍ ସୁପର ଗ୍ଲୋବରେ ଆୟାନୀ ଆଲିଶା ଆକାଂକ୍ଷାଙ୍କ କମାଲ୍ !!!

