କୋଭିଡ ମୃତ୍ୟୁ ସଂଖ୍ୟାରେ ରହୁନି ତାଳମେଳ : ନୟାଗଡ ଜିଲ୍ଲା କଂଗ୍ରେସ ଉଠାଇଲା ପ୍ରଶ୍ନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାରେ କୋଭିଡ ମୃତ୍ୟୁ ସମ୍ପର୍କୀୟ ଜିଲ୍ଲା ପ୍ରଶାସନର ତଥ୍ୟ ଏବଂ ରାଜ୍ୟ ପୋର୍ଟାଲ ସହ ତାଳମେଳ ରହୁ ନଥିବା ଯୋଗୁଁ ଏକ ସ୍ୱତନ୍ତ୍ର ଅଡିଟ ଟିମ ଗଠନ କରାଯାଇ ପ୍ରକୃତରେ କୋଭିତ ମୃତ୍ୟୁର ସଠିକ ପରିସଂଖ୍ୟାନ କରାଯିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଟୁଇଟ କରି ଦାବୀ ଜଣାଇଛନ୍ତି l ଚାରିଦଫା ଦାବିରେ କୋଭିଡ ମୃତକ ମାନଙ୍କ ସମ୍ପର୍କରେ ଜିଲ୍ଲା ଏବଂ ରାଜ୍ୟ ତଥ୍ୟରେ ତାଳମେଳ ରହି ନଥିବାରୁ ଏଥିପାଇଁ ନୟାଗଡ ଜିଲ୍ଲପାଳ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଅଡିଟ ଟିମ ଗଠନ, କୋଭିଡ ପଜିଟିଭ ଥିବା ପ୍ରତ୍ୟେକ ମୃତକଙ୍କୁ କୋଭିଡ ମୃତ୍ୟୁ ଘୋଷଣା ଏବଂ ଜିଲ୍ଲାପାଳ ତାଙ୍କ ଆବାସିକ କାର୍ଯ୍ୟାଳୟ ଛାଡ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜାତୀୟ ବିପତ୍ତି ବେଳେ ଜନସାଧାରଣଙ୍କ ଦୁଃଖ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା 23.06.2021 ବୁଧବାର ପୂର୍ବାହ୍ନ 10.30am ରୁ ମଧ୍ୟାହ୍ନ 12.30 ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କୋଭିଡ ନିୟମ ପାଳନ କରି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ l ସୂଚନା ଯୋଗ୍ୟ ଜିଲ୍ଲାପାଳଙ୍କ ନୟାଗଡ କାର୍ଯ୍ୟକାଳ ମଧ୍ୟରେ କେବଳ ସରକାରୀ ମିଟିଙ୍ଗ ଏବଂ ଭିଡିଓ କନଫରେନସି ଥିଲେ ତାଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି l ଏବେ କରୋନା ଆଳରେ ଜିଲ୍ଲାପାଳ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟାଳୟରେ କ୍ରମାଗତ ଅନୁପସ୍ଥିତ ରହୁଥିବାରୁ ସାଧାରଣ ଲୋକଙ୍କ ଦୁଃଖ ଶୁଣିବା ହେଉ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କୋଭିଡ ସଂକ୍ରାନ୍ତୀୟ ଜରୁରୀ ଆଲୋଚନା କାର୍ଯ୍ୟ ହୋଇପାରୁନାହିଁ l ତେଣୁ ଜିଲ୍ଲାପାଳ ଅଫିସ ସମୟରେ କାର୍ଯ୍ୟାଳରେ ଉପସ୍ଥିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ଦାଶ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *