ସୁକିନ୍ଦା ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କରୋନା ନିୟମକୁ ପାଳନ କରାଯାଇ ସ୍ୱଳ୍ପ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସୁକିନ୍ଦାଗଡ଼ ସ୍ଥିତ ଛଅ ସହ ବର୍ଷର ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୁର୍ଣିମା ଯଥାବିଧି ଅନୁଷ୍ଠିତ ହୋଇଯାଇଛି l ସେବାୟତ ମାନେ ମହାପ୍ରଭୁ ଜଗନ୍ନାଥ, ଭଗିନୀ ସୁଭଦ୍ରା, ଜ୍ୟେଷ୍ଠ ଭ୍ରାତା ବଳାରାମଙ୍କୁ ସ୍ନାନବେଦିରେ ଯଥାବିଧି ବିଜେ କରାଇ ଏକଶହ ଆଠ ଗରା କର୍ପୁର, ଚନ୍ଦନ ମିଶ୍ରିତ ଜଳରେ ସ୍ନାନ କରାଇବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା l ମହାମାରୀ ସଂକରଣ ପରିସ୍ଥତିକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ଅନୁସାରେ ସମସ୍ତ ପୂଜାବିଧି ସମ୍ପନ୍ନ ହୋଇଥିଲା

Leave a Reply

Your email address will not be published. Required fields are marked *