ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ରାମକୀ ଲିମିଟେଡ଼ ସୁକିନ୍ଦା ବ୍ଳକରେ ଏକର ଏକର ଜାଗାରେ ଅବସ୍ଥାପିତ ହୋଇଛି l ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କଳକାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଆଣି ଏଠାରେ ଗଛିତ କରୁଛି କମ୍ପାନୀ l ରାମକୀ ବର୍ଜ୍ୟବସ୍ତୁ ପ୍ରକଳ୍ପ ଦୀର୍ଘ ବାର ବର୍ଷ ଧରି କାମ କରୁଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପାରିପାର୍ଶ୍ବିକ ସୁରକ୍ଷା ବ୍ୟବସ୍ଥାକୁ କମ୍ପାନୀ କର୍ତ୍ତୃପକ୍ଷ କୋୖଣସି ଗୁରୁତ୍ୱ ଦେଉନଥିବାର ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ୧୧ ତାରିଖରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଯୁବ ନେତା ପ୍ରତାପ କେଶରୀ ପଟ୍ଟନାୟକ ଓ ବିଶ୍ୱଜିତ ବେହୁରାଙ୍କ ନେତୃତ୍ୱରେ ପୁରୁଣାପାଣି ଗ୍ରାମର ଯୁବକ ମାନେ ରାମକୀ ପ୍ରକଳ୍ପ କତ୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିବା ସହିତ ସୁକିନ୍ଦା ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l ଅନ୍ୟ ପକ୍ଷରେ ଆଜି ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଅମିତ ଦାସ, ଅଂଶୁମାନ ଦ୍ୱିବେଦୀ , ସହଦେବ ମୁଣ୍ଡାଙ୍କ ନେତୃତ୍ୱରେ ରାମକୀ ପ୍ରକଳ୍ପରେ ପ୍ରଭାବିତ ହୋଉଥିବା ଚାରି ଗୋଟି ପଂଚାୟତ ତଥା ସୁକିନ୍ଦା , ଦୁଦୁଝରି, ଆମ୍ପୋଳବା,ଖରଡ଼ ପଂଚାୟତର ଶତାଧିକ ଯୁବକ ରାମକୀ ପ୍ରକଳ୍ପର ଫାଟକ ନିକଟରେ ଧାରଣା ଦେବା ସହିତ ରାମକୀ କତ୍ତୃପକ୍ଷ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l ଏନେଇ ରାମିକି ପ୍ରକଳ୍ପର କତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାପାଇଁ ରୋକ ଠୋକ ମନା କରିଥିଲେ l ଦେଖିବାକୁ ବାକି ରହିଲା ସ୍ଥାନୀୟ ନିଯୁକ୍ତି ପାରିପାର୍ଶ୍ବିକ ଉନ୍ନତିକରଣ ପାଇଁ ଦୁଇ ଗୋଷ୍ଠୀଙ୍କ ଦାବି ପତ୍ର ପ୍ରଦାନ ପରେ ଆଗାମୀ ପଦକ୍ଷେପ କଣ ହେଉଛି ଏବଂ କେତେ ଜଣ ସ୍ଥାନୀୟ ନିଯୁକ୍ତି ପାଉଛନ୍ତି l