ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ରାଜ୍ୟର ସମସ୍ତ 314 ବ୍ଲକ ରେ ପଦଯାତ୍ରା କରି ଦାବୀପତ୍ର ପ୍ରଦାନ ପାଇଁ ଅଭିଯାନ ଜାରି ରଖିଛନ୍ତି ଜଗତସିଂହପୁରର ସାମାଜିକ କର୍ମୀ ସତ୍ୟବ୍ରତ ଦାଶ . ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପ୍ରସଙ୍ଗ , ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ଦାବୀ କରି ଆରମ୍ଭ କରିଥିବା ଏହି ପଦଯାତ୍ରା କ୍ରମରେ ସେ ପାଖାପାଖି ୯ ହଜାରରୁ ଅଧିକ କିମି ଯାତ୍ରା କରି ସାରିଛନ୍ତି . କଟକ ଜିଲ୍ଲାର ସମସ୍ତ ବ୍ଲକରେ ପଦଯାତ୍ରା ସମାପ୍ତ କରି ଏବେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନିଜର ଦାବୀ ପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରୁଛନ୍ତି . ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ପଦଯାତ୍ରା ସମୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତାଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ତାଙ୍କର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ .