ଗଜପତି ଜିଲ୍ଲାରେ ବିଭିନ୍ନ ବିଭାଗର ପଦ ପଦବୀ ପଡିଛି ଖାଲି !! ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବ କେବେ ??

0
245

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗଜପତି ଜିଲ୍ଲା । ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ଖାଲି ପଡିଛି ଅନେକ ପଦବୀ . ଏଠାକାର ଜୀବନ ଜୀବିକା କୃଷି ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି । ସେହିଭଳି ଆର.ଉଦୟଗିରି ଠାରେ ଥିବା କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି । ଜଣେ ଅଧିକାରୀ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ତୃଣମୂଳ ସ୍ତରରେ କୃଷକଙ୍କ ସହିତ ଚାଷ ବିଷୟରେ ସଚେତନତା ଓ ସରକାରଙ୍କ ବିଭିନ୍ନ ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚାଇବା ସକାଶେ ବିଭିନ୍ନ ବ୍ଳକରେ ଭିଏଲ ପଦଵୀ ଗୁଡ଼ିକ ଖାଲି ପଡ଼ିଛି ଯାହା ଫଳରେ ଚାଷୀମାନେ ସରକାରଙ୍କ ଯୋଜନା ବିଷୟରେ ତଥ୍ୟ ପାଇଁ ପାରୁନାହାନ୍ତି ।ସେହି ଭଳି ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ପଦବୀ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପଦଵୀ ଖାଲି ପଡ଼ିଛି ଏହାର ଦାୟିତ୍ୱ କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସଂସ୍କୃତି ଅଧିକାରୀ ପଦବୀ ଖାଲି ପଡ଼ିଛି । ଦାୟିତ୍ୱ ନେଇଛନ୍ତି ସେହି କ୍ରୀଡ଼ା ଅଧିକାରୀ . ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗରେ କେବଳ 3 ଜଣ ଚତୁର୍ଥ ଶ୍ରେଣୀର କର୍ମଚାରୀ ଅଛନ୍ତି ଓ କାର୍ଯ୍ୟାଳୟର ବିଭିନ୍ନ ପଦପଦଵୀ ଖାଲି ପଡ଼ିଛି ସେହି ଭଳି ଆଞ୍ଚଳିକ ପରିବହନ ବିଭାଗର ଆଞ୍ଚଳିକ ପରିବହନ ଅଧିକାରୀ ପଦବୀ ଖାଲି ପଡିଛି । ଏହାର ଦାୟିତ୍ୱ ଗ୍ରହଣ କରିଛନ୍ତି ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସେହି ଭଳି ଜଳ ସେଚନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଛି।ଏହି ଭଳି ଅନ୍ୟାନ୍ୟ ବିଭାଗର ପଦ ପଦବୀ ଖାଲି ଦୀର୍ଘ ଦିନ ହେଲା ଖାଲି ପଡ଼ିଥିବା ବେଳେ ଏଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କର ସ୍ବର ଭୁବନେଶ୍ୱର ପର୍ଯ୍ୟନ୍ତ ପହଞ୍ଚି ପାରୁନାହି କିମ୍ବା ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି . ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପଦବୀ ଖାଲି ପଡି ରହିବ କାରଣରୁ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଅଛି .

LEAVE A REPLY

Please enter your comment!
Please enter your name here