କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ଐତିହାସିକ ଶୈବପୀଠ ଏବଂ କଟକରୁ ସମ୍ବଲପୁର କୁ ଯୋଗାଯୋଗ କରୁଛି ମଧୁସେତୁ ଯାହା ମହାନଦୀ ଉପରେ ନିର୍ମିତ । ନିର୍ମାଣ ହେବାର ଦେଢବର୍ଷ ପରେ ବି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ସେତୂ । ସଂଧ୍ୟା ହେଲେ ଏହି ସେତୂ ପାଲଟୁଛି ନିଶାକାରୀ ଏବଂ ପ୍ରେମୀ ଯୁଗଳ ମାନଙ୍କର ଆଡାସ୍ଥଳୀ ଏହା ସହିତ ଅବାଧ ଭାରୀଯାନ ଚଳାଚଳ କାରଣରୁ ସେତୂ ଉପରେ ଜମି ରହୁଥିବା ବାଲି ଯୋଗୁଁ ଦୈନନ୍ଦିନ ପଥଚାରୀ ମାନେ ଦୁର୍ଘଟଣାର ସମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଏବଂ ସେତୂ ଉପରେ ଯଥାଶୀଘ୍ର ଆଲୋକିକରଣ ର ବ୍ୟବସ୍ଥା କରିବା ପାଇଁ ପବ୍ଲିକ ରାଇଟସ୍ ଆସୋସିଏସନ, କଟକ ଜିଲ୍ଲାର କର୍ମକର୍ତ୍ତା ଏବଂ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ମାନେ ଜିଲ୍ଲା ସଭାପତି ପ୍ରିୟବ୍ରତ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସମସ୍ୟା ର ସମାଧାନ ପାଇଁ ଆଲୋଚନା କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ପ୍ରିୟବ୍ରତ ପଟ୍ଟନାୟକଙ୍କ ସହିତ ଜିଲ୍ଲା ମହିଳା ସଭାନେତ୍ରୀ ରଶ୍ମିତା ମିଶ୍ର, ରାଜ୍ୟ ମହିଳା ସଭାନେତ୍ରୀ ରୋଜାଲିନ ପଟ୍ଟନାୟକ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ହରିଚନ୍ଦନ ନାୟକ, ରାଜ୍ୟ ସମ୍ପାଦକ(ଆଇନ ବିଭାଗ) ଆଇନଜୀବୀ ଶିବେଷ ମିଶ୍ର, ବରିଷ୍ଠ ସମାଜସେବୀ ଏବଂ କଟକ ମହାନଗର ନଗର ସଭାପତି ସଜଂୟ ଜେନା, କଟକ ଜିଲ୍ଲା ଉପଦେଷ୍ଟା ନିରିକ୍ଷକ ସଂଜିତ୍ ସାମଲ, ଜିଲ୍ଲା ଯୁବ ସଭାପତି କ୍ଷୀତିଶ କୁମାର ବେହେରା, ସନ୍ଦିପ ଅଗ୍ରୱାଲ, ଶାଶ୍ଵତ ନାୟକ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।