ବିଶିଷ୍ଟ ହୋଟେଲ ଵ୍ୟଵସାୟୀ ରାଜୁ ବିଷୋୟୀଙ୍କ ପରଲୋକ !!

Spread the love

ରାୟଗଡା (ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡାର ବିଶିଷ୍ଟ ହୋଟେଲ ବ୍ୟବସାୟୀ ତଥା ସମାଜସେବୀ ରାଜୁ ବିଷୋୟୀ ଆଉ ନାହାନ୍ତି, ସେ କିଛି ଦିନ ହେବ ହୃଦରୋଗରେ ପୀଡିତ ଥିଲେ, ଆଜି ମଧ୍ୟାହ୍ନରେ ସ୍ୱାସ୍ଥ୍ୟଵସ୍ଥା ଖରାପ ହେବାରୁ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା. ତାଙ୍କ ଅବସ୍ଥା କ୍ରମେ ବିଗିଡିବାରୁ ଡାକ୍ତର ତାଙ୍କୁ ବିଶାଖାପାଟଣା ନେବାକୁ ପରାମର୍ଶ ଦେଇଥିଲେ, ବିଶାଖାପାଟଣା ନେବା ବାଟରେ ତାଙ୍କର ମୄତୁ ହୋଇଥିଲା, ରାଜୁ ବିଶୋୟୀଙ୍କ ଅକାଳ ନିଧନ ଖବର ଶୁଣି ରାୟଗଡାବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି, ଅନ୍ତିମକାଳୀନ ସମୟରେ ପରିବାର ସମସ୍ତ ଉପସ୍ଥିତ ଥିଲେ, ତାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ଏବଂ ବି. ଜେ. ଡି କର୍ମକର୍ତା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ସଦଗତି କାମନା କରିଛନ୍ତି.

Leave a Reply

Your email address will not be published. Required fields are marked *